ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ଉପରେ ସୁନ୍ନୀ ୱାକଫ୍ ବୋର୍ଡର ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଯୋଧ୍ୟା ରାୟକୁ ନେଇ ପୁର୍ନବିଚାର ଯାଚିକା ଦାଖଲ ନକରିବାକୁ ନିର୍ଣ୍ଣୟ ହୋଇଛି । ସୁନ୍ନୀ ୱାକଫ୍ ବୋର୍ଡ ବୈଠକର 7ଜଣ ସଦସ୍ୟଙ୍କ ମଧ୍ୟରୁ 6ଜଣ ସଦସ୍ୟ ଯାଚିକା ଦାଖଲକୁ ବିରୋଧରେ କରିଥିଲେ ।
ଏହି ବୈଠକରେ ଅଯୋଧ୍ୟା ଜମି ବିବାଦ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ବିଚାର କରାଯାଇଥିଲା । ଏହି ବୈଠକ ନଭେମ୍ବର 13ରେ ହେବାର ଥିଲା ମାତ୍ର ଏହାକୁ ନଭେମ୍ବର 26 ଯାଏଁ ବାତିଲ କରାଯାଇଥିଲା ।