ଲକ୍ଷ୍ନୌ: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ମଙ୍ଗଳବାର ସୁନ୍ନି ଓ୍ବାକ୍ଫ ବୋର୍ଡ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ସୁପ୍ରିମ କୋର୍ଟର ନିଷ୍ପତ୍ତିରେ ଦିଆଯାଇଥିବା 5 ଏକର ଜମିକୁ ନେଇ ବିଚାର କରାଯିବ । ସକାଳ 10ଟା 30ରେ ବୋର୍ଡ ଅଧ୍ୟକ୍ଷ ଜଫର ଫରୁକୀଙ୍କ ଘରେ ହେବ ।
ଏହା ପୂର୍ବରୁ 17 ନଭେମ୍ବର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏକ ବୈଠକ କରି 5 ଏକର ଜମିକୁ ସରିୟତ ବିରୋଧୀ ବୋଲି କହିଥିଲା । ଏହି ବୈଠକରେ ସୁନ୍ନି ଓ୍ବାକ୍ଫ ବୋର୍ଡ ସାମିଲ ହୋଇ ନଥିଲା । ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ଜମିରେ ମସଜିଦ ବଦଳରେ ଅନ୍ୟ କିଛି ନିର୍ମାଣ କରିବାକୁ ସୁନ୍ନି ବୋର୍ଡ ନିଷ୍ପତ୍ତି ନେଇ ପାରେ ବୋଲି ଜଣା ପଡିଛି ।
ଅଯୋଧ୍ୟା ମାମଲାରେ ଗତ 9 ନଭେମ୍ବର ବିବାଦିତ ସ୍ଥାନରେ ମନ୍ଦିର ନିର୍ମାଣ ସହ ମସଜିଦ ପାଇଁ ଆଉ ଏକ ସ୍ଥାନରେ 5 ଏକର ଜମି ଦେବାକୁ ସୁପ୍ରିମ କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟଙ୍କ ରାୟ ବିରୁଦ୍ଧରେ ପୂନର୍ବିଚାର ଆବେଦନ ଦାଖଲ ନ କରିବାକୁ ନେଇ ସେହି ଦିନଠାରୁ ସୁନ୍ନି ବୋର୍ଡ ଅଧ୍ୟକ୍ଷ କହି ଆସୁଛନ୍ତି ।