ETV Bharat / bharat

କୃଷି ବିଧେୟକକୁ ମଞ୍ଜୁର ନଦେବାକୁ ରାଷ୍ଟ୍ରପତିଙ୍କୁ ସୁଖବୀର ବାଦଲଙ୍କ ଅନୁରୋଧ

କୃଷି ବିଧେୟକ ଉପରେ ଦସ୍ତଖତ କରି ମୋହର ନମାରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଅକାଳୀ ଦଳର ସାଂସଦ ସୁଖବୀର ସିଂହ ବାଦଲ । ଅଧିକ ପଢନ୍ତୁ...

author img

By

Published : Sep 20, 2020, 6:56 PM IST

କୃଷି ବିଧେୟକକୁ ମଞ୍ଜୁର ନଦେବାକୁ ରାଷ୍ଟ୍ରପତିଙ୍କୁ ସୁଖବୀର ବାଦାଲଙ୍କ ଅନୁରୋଧ

ନୂଆଦିଲ୍ଲୀ: ଚାଷୀଙ୍କ ସହ ଜଡିତ କୃଷି ବିଧେୟକ ରାଜ୍ୟସଭାରେ ପାରିତ ହୋଇଥିଲେ ମଧ୍ୟ ଏହା ଉପରେ ବଢିବାରେ ଲାଗିଛି ବିରୋଧ । ବିଲ୍‌କୁ ନେଇ ଆକ୍ରାମକ ହୋଇପଡିଛନ୍ତି ବିରୋଧୀ । ଏପରିକି ବିଜେପିର ସର୍ବପୂରାତନ ସହଯୋଗୀ ଶିରୋମଣି ଅକାଳୀ ଦଳ ମଧ୍ୟ ମୋଦି ସରକାରଙ୍କୁ ସମର୍ଥନ କରିବାକୁ ନାରାଜ । ଏପରିସ୍ଥିତିରେ ରାଜ୍ୟସଭାରେ ପାରିତ ହୋଇସାରିଥିବା କୃଷି ବିଧେୟକ ଉପରେ ଦସ୍ତଖତ କରି ମୋହର ନମାରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଅକାଳୀ ଦଳର ସାଂସଦ ସୁଖବୀର ସିଂହ ବାଦଲ ।

କୃଷି ବିଧେୟକକୁ ମଞ୍ଜୁରୀ ନଦେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ । ଏହାସହ ଏହି ବିଲ୍‌କୁ ପୂନର୍ବିଚାର ପାଇଁ ସଂସଦକୁ ପଠାଇବାକୁ ସେ ଦାବି କରିଛନ୍ତି । ସୁଖବୀର କହିଛନ୍ତି, କୃଷି ବିଲ୍ ଚାଷୀ, ମଜୁରୀଆ, ମଣ୍ଡି ମଜୁରୀଆ ଓ ଦଳିତଙ୍କ ବିରୋଧୀ । ଆଜି ଲୋକତନ୍ତ୍ର ପାଇଁ ଏକ ଦୁଃଖଦ ଦିନ ।

ସୁଖବୀର କହିଛନ୍ତି, ବିଧେୟକ ପାରିତ ହେବା ଲକ୍ଷ ଲକ୍ଷ ଜନସାଧାରଣ ଓ ଲୋକତନ୍ତ୍ର ପାଇଁ ଦୁଃଖଦ ଦିନ । ସରକାରଙ୍କୁ ପକ୍ଷରୁ ହସ୍ତକ୍ଷେପ କରିବାକୁ ବାଦଲ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି କହିଛନ୍ତି । ତେବେ ପୂର୍ବରୁ ଏହି ବିଲ୍‌କୁ ବିରୋଧ କରି ଅକାଳୀଦଳର ନେତ୍ରୀ ହରସିମରତ କୌର ମୋଦି କ୍ୟାବିନେଟରୁ ଇସ୍ତଫା ଦେଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.