ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ନିଧନ ପରେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ସିଟ୍ ପାଇଁ ଉପ-ନିର୍ବାଚନ ହୋଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ବିଜୟୀ ହୋଇଛନ୍ତି । ବିନା ପ୍ରତିଦ୍ବନ୍ଦିତାରେ ସେ ଏହି ନିର୍ବାଚନରେ ବିଜୟ ଲାଭ କରି ରାଜ୍ୟସଭା ସାଂସଦ ହୋଇଛନ୍ତି ।
ୟୁପିରୁ ଏହି ରାଜ୍ୟସଭା ଆସନ ପାଇଁ ଗତ ଶୁକ୍ରବାର ସୁଧାଂଶୁ ତ୍ରିବେଦୀ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଆସନ୍ତା ଅକ୍ଟୋବର 16 ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ମତଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ନିର୍ବାଚନ ଆୟୋଗ । ମାତ୍ର ଏହି ସିଟ ପାଇଁ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିଲେ । ଫଳରେ ନିର୍ବାଚନ ଆୟୋଗ ସୁଧାଂଶୁ ତ୍ରିବେଦୀ ନିର୍ବିରୋଧରେ ବିଜୟୀ ଘୋଷଣା କରିଛନ୍ତି ।