ETV Bharat / bharat

ସୁଖୋଇ-30 MKI ବିମାନରୁ ‘ଅସ୍ତ୍ର’ ମିଶାଇଲର ସଫଳ ପରୀକ୍ଷଣ - ଅସ୍ତ୍ର ମିଶାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ଆକାଶରୁ ଆକାଶକୁ ନିକ୍ଷେପିତ କରାଯାଉଥିବା କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ ଡିଆରଡିଓ ଦ୍ବାରା କରାଯାଇଛି । ଏହାର ପରୀକ୍ଷଣ ପାଇଁ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା ।

ଡିଜାଇନ ଫଟୋ
author img

By

Published : Sep 17, 2019, 5:58 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଏକ ଏୟାରବେସରୁ DRDO ‘ଅସ୍ତ୍ର’ ମିଶାଇଲର ସଫଳ ପରୀକ୍ଷଣ କରିଛି । ଆକାଶରୁ ଆକାଶକୁ ନିକ୍ଷେପିତ କରାଯାଉଥିବା ଏହି କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ଲକ୍ଷ୍ୟଭେଦ କ୍ଷମତା ୭୦ କିମି । ଏହାର ପରୀକ୍ଷଣ ପାଇଁ ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ବ୍ୟବହାର କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଟ୍ବିଟର@ଏଏନଆଇ

ଅସ୍ତ୍ର ମିଶାଇଲ 'ବିଭିଆର'(ବେୟଣ୍ଡ ଭିଜୁଆଲ ରେଞ୍ଜ) ଏୟାର-ଟୁ-ଏୟାରକୁ ଲକ୍ଷ୍ୟଭେଦ କରି ପାରୁଥିବା ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଟେ । ଏହାର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର । ଏଥିସହ ଘଣ୍ଟା ପ୍ରତି 5555 କିଲୋମିଟର ବେଗରେ ଏହା ଲକ୍ଷ୍ୟସ୍ଥଳ ଆଡକୁ ଗତି କରିଥାଏ । ଏଥିସହ ଏହା ଏମିତି ଏକ କ୍ଷେପଣାସ୍ତ୍ର ଯାହା ଯେ କୌଣସି ପ୍ରତିକୂଳ ପରିବେଶରେ ବ୍ୟବହାରପଯୋଗୀ ଅଟେ । ଏହି ମିଶାଇଲ ଆକ୍ଟିଭ ରାଡାର ଟର୍ମିନାଲ ଗାଇଡେନ୍ସରେ ସଜ୍ଜିତ ଅଟେ ।

ଏହି ମିଶାଇଲକୁ ଡିଆରଡିଓ ମିରାଜ-୨୦୦୦ ଏଚ, ମିଗ-୨୯, ମିଗ-୨୯କେ, ମିଗ-୨୧ ବାୟସନ, ଏଲସିଏ ତେଜସ ଓ ସୁଖୋଇ ଏସୟୁ-୩୦ ଏମକେଆଇ ବିମାନରେ ଲଗାଇବା ପାଇଁ ବିକଶିତ କରାଯାଇଛି । ଏହା ସମ୍ପୂର୍ଣ୍ଣ ସ୍ବଦେଶୀ କ୍ଷେପଣାସ୍ତ୍ର ଅଟେ ।

ଏହି ମିଶାଇଲର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଓ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.