ଅମରାବତୀ: କୋରୋନା ନେଇ ସବୁଠି ଭୟ । ମହାମାରୀର ରୂପ ନେଇଥିବା ଏହି ଭାଇରସ ବିଶ୍ବବାସୀଙ୍କ ଚିନ୍ତା ବଢାଇ ଦେଇଛି କାହିଁକି ନା କୋରୋନାରେ ପ୍ରତ୍ୟକ ଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି । କୋରନା ପ୍ରତିଷେଧକ ବାହାରି ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସ୍ବଚ୍ଛତା ଓ ସଚେତନତା ଦ୍ବାରା ହିଁ କୋରୋନା ଭାଇରସକୁ ପ୍ରତିହତ କରି ହେବ । ତେବେ ଏନେଇ ବିଭିନ୍ନ ପ୍ରକାର ସଚେତନାକ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଆନ୍ଧ୍ର ପ୍ରଦେଶ କୁର୍ନୁଲ ଜିଲ୍ଲାରେ ଜଣେ ପୋଲିସ ବାବୁ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରାଇଛନ୍ତି । ସବ୍ ଇନ୍ସପେକ୍ଟର ମାରୁତି ଶଙ୍କର କୋରୋନା ଭାଇରସ ଚିତ୍ରିତ ହୋଇଥିବା ଏକ ଘୋଡାରେ ବୁଲି ଲୋକଙ୍କୁ ସଚେତନତା କରାଇବା ସହିତ ଘରୁ ନ ବାହାରିବାକୁ ବାରଣ କରିଛନ୍ତି ।
ସୌଜନ୍ୟ @ANI