ETV Bharat / bharat

ଛାତ୍ରଛାତ୍ରୀମାନେ ପରୀକ୍ଷା ଛାଡିବା ଉଚିତ ନୁହେଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ - ଛାତ୍ରଛାତ୍ରୀମାନେ ପରୀକ୍ଷା ଛାଡିବା ଉଚିତ ନୁହେଁ

ଚଳିତ ବର୍ଷ ଅନେକ ଅନିଶ୍ଚିତତା ରହିଥିବା ବେଳେ ପରୀକ୍ଷା ନ ଛାଡିବାକୁ ଛାତ୍ରଛାତ୍ରୀ ଓ ପିତାମାତା ମାନଙ୍କୁ ଅନୁରୋଧ କରିଛନ୍ତି ଶିକ୍ଷାବିତ୍ ତଥା ସିବିଏସଇର ପୂର୍ବତନ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି। ଏହା ସେମାନଙ୍କ ପାଇଁ ଆସନ୍ତା ସମୟରେ ନୂଆ କ୍ୟାରିୟରରେ ବାଧା ଆଣିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

ଛାତ୍ରଛାତ୍ରୀମାନେ ପରୀକ୍ଷା ଛାଡିବା ଉଚିତ ନୁହେଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ

author img

By

Published : Jun 26, 2020, 8:28 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଅନେକ ଅନିଶ୍ଚିତତା ରହିଥିବା ବେଳେ ପରୀକ୍ଷା ନ ଛାଡିବାକୁ ଛାତ୍ରଛାତ୍ରୀ ଓ ପିତାମାତା ମାନଙ୍କୁ ଅନୁରୋଧ କରିଛନ୍ତି ଶିକ୍ଷାବିତ୍ ତଥା ସିବିଏସଇର ପୂର୍ବତନ ଅଧ୍ୟକ୍ଷ ଅଶୋକ ଗାଙ୍ଗୁଲି। ଏହା ସେମାନଙ୍କ ପାଇଁ ଆସନ୍ତା ସମୟରେ ନୂଆ କ୍ୟାରିୟରରେ ବାଧା ଆଣିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଅଭିଭାବକମାନେ ମଧ୍ୟ ଏହି ଘଟଣାକୁ ଗୁରୁତ୍ବ ଦେବାକୁ ସେ ଉଲ୍ଲେଖ କରିଛନ୍ତି ।

ଛାତ୍ରଛାତ୍ରୀମାନେ ପରୀକ୍ଷା ଛାଡିବା ଉଚିତ ନୁହେଁ: ପୂର୍ବତନ ସିବିଏସଇ ଅଧ୍ୟକ୍ଷ

ସିବିଏସଇର ପୂର୍ବତନ ଚେୟାରମ୍ୟାନ ଅଶୋକ ଗାଙ୍ଗୁଲି ଇଟିଭି ଭାରତଙ୍କ ସହ ଆଲୋଚନା ବେଳେ କହିଛନ୍ତି, ‘ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ଭଲ ଭାବରେ ପ୍ରସ୍ତୁତ ଥିବାରୁ ଅନେକ ଆଶଙ୍କା ଦେଖାଦେଇଛି। ମୁଁ ଛାତ୍ରଛାତ୍ରୀମାନଙ୍କୁ ଏହି ବିଷୟରେ କହିଛି ଓ ପରୀକ୍ଷା ନ ଛାଡିବାକୁ ପରାମର୍ଶ ଦେଇଛି । ସେମାନଙ୍କୁ ସ୍ବତନ୍ତ୍ର ଭାବରେ କହିଥିଲି ଯଦି ସେମାନେ ପରୀକ୍ଷା ଛାଡୁଛନ୍ତି ତେବେ ସେମାନେ ସଠିକ ମାର୍କ ପାଇପାରିବେ ନାହିଁ । ଏହା ସହ ଏକ ଭଲ କ୍ୟାରିୟର ବିକଳ୍ପ ବା ସଠିକ ସବଜେକ୍ଟ କମ୍ବିନେସନ ଗ୍ରହଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।’

ଅଭିଭାବକମାନେ ଏହି ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ଶିକ୍ଷାବିତ ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି, ଛାତ୍ରମାନେ ଆଗରେ ହେବାକୁ ଥିବା ପରୀକ୍ଷା ଦେବା ଉଚିତ । ବୋର୍ଡ ଫଳାଫଳ ଗ୍ରହଣ କରନ୍ତୁ । କିନ୍ତୁ ଯଦି ଏଥିରେ ଅସନ୍ତୁଷ୍ଟ ତେବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବା ଆବଶ୍ୟକ । କିନ୍ତୁ ପରୀକ୍ଷା ପରିତ୍ୟାଗ କରନ୍ତୁ ନାହିଁ କିମ୍ବା ସମଗ୍ର ଶିକ୍ଷାବର୍ଷକୁ ନଷ୍ଟ କରନ୍ତୁ ନାହିଁ । ସେ ମଧ୍ୟ ପିତାମାତାଙ୍କୁ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଓ ସେମାନଙ୍କ ପିଲାମାନଙ୍କୁ ବୁଝାଇବାକୁ ପରାମର୍ଶ ଦେଇଛନ୍ତି ।

ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷାର ଫଳାଫଳ ଜୁଲାଇ 15 ସୁଦ୍ଧା ଘୋଷଣା କରାଯିବ ବୋଲି ଶୁକ୍ରବାର ସିବିଏସଇ ଘୋଷଣା କରିଛି। ବୋର୍ଡ ଜାରି କରିଥିବା ଗତ ବିଜ୍ଞପ୍ତିରେ ଦ୍ବାଦଶ ଶ୍ରେଣୀର ଛାତ୍ରମାନଙ୍କୁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବା ବେଳେ ଦଶମ ଶ୍ରେଣୀର ଛାତ୍ରଙ୍କୁ କୌଣସି ବିକଳ୍ପ ଦିଆଯାଇନାହିଁ।

ସିବିଏସଇ ଦ୍ବାରା କରାଯାଇଥିବା ବିକଳ୍ପ ବ୍ୟବସ୍ଥା ଅନୁଯାୟୀ, ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଯେଉଁମାନେ ସେମାନଙ୍କର ସମସ୍ତ ପରୀକ୍ଷା ସମାପ୍ତ କରିଛନ୍ତି, ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନକୁ ଆଧାର କରି ରେଜଲ୍ଟ ଘୋଷଣା କରାଯିବ। ହେଲେ ଯେଉଁମାନେ ନିଜର ପରୀକ୍ଷା ଦେଇପାରିନାହାନ୍ତି ସେମାନଙ୍କୁ ଇଣ୍ଟରନାଲ ଅନୁସାରେ ଫଳାଫଳ ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.