ETV Bharat / bharat

ଡ୍ରେନ ପାଣିରେ ଭାତ ଥାଳି ଧୋଉଛନ୍ତି ସ୍କୁଲପିଲା

author img

By

Published : Aug 30, 2019, 4:17 PM IST

ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ମଧ୍ୟପ୍ରଦେଶ ସାଗର ଅଞ୍ଚଳର ମାକରୋନିଆ କନ୍ୟା ହାଇସ୍କୁଲ ବିଦ୍ୟାଳୟରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ହେଲେ ଖାଇବା ପରେ ନାଳ ନର୍ଦ୍ଦମା ପାଣିରେ ପ୍ଲେଟ ସଫା କରୁଛନ୍ତି ପିଲେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଲ: ସୁଷମ ଖାଦ୍ୟ ଖାଇବେ । ଭଲ ପାଠ ପଢିବେ । ଶିକ୍ଷାକ୍ଷେତ୍ରରେ ଅନ୍ୟ ଦେଶକୁ ଟକ୍କର ଦେବୁ । ଏଭଳି ବହୁ ଉଦେଶ୍ୟ ନେଇ କେନ୍ଦ୍ର ସରକାର ତିଆରି କରିଛନ୍ତି ପୁଳାପୁଳା ଯୋଜନା । କିନ୍ତୁ ମଧ୍ୟପ୍ରଦେଶର ଏହି ସ୍କୁଲର ଦୃଶ୍ୟ ଦେଖିଲେ ଲାଗିବ ଯେପରି ସରକାରଙ୍କ ବ୍ୟବସ୍ଥା ନଳା ପାଣିରେ ଭାସୁଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟକୁ ଆଖି ଆଗରେ ରଖି ମଧ୍ୟପ୍ରଦେଶ ସାଗର ଅଞ୍ଚଳର ମାକରୋନିଆ କନ୍ୟା ହାଇସ୍କୁଲ ବିଦ୍ୟାଳୟରେ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ହେଲେ ଖାଇବା ପରେ ନାଳ ନର୍ଦ୍ଦମା ପାଣିରେ ପ୍ଲେଟ ସଫା କରୁଛନ୍ତି ପିଲେ । ଏଭଳି ଏକ ଭିଡିଓ ସାମନାକୁ ଆସିଛି । ଏହି ଚିତ୍ରକୁ ଦେଖିଲେ ସ୍ବଚ୍ଛତାର ନାରା ଦେଉଥିବା ସରକାରଙ୍କ ବ୍ୟବସ୍ଥା ଆପଣଙ୍କ ଆଗରେ ।

ନିୟମ ଅନୁଯାୟୀ ମଧ୍ୟାହ୍ନ ଭୋଜନ ପରେ ପ୍ଲେଟ ସଫା କରିବା ଦାୟିତ୍ବ ସ୍କୁଲ କର୍ତ୍ତୃପକ୍ଷଙ୍କର ହୋଇଥାଏ । ହେଲେ ଏଠାରେ ଛାତ୍ରଛାତ୍ରୀଙ୍କୁ ପ୍ଲେଟ ଧୋଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏକ ମାମଲା ଦାୟାର ହୋଇଛି । ସମ୍ପୃକ୍ତ ଅଧିକାରୀ ଘଟଣାର ତଦନ୍ତ ପରେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.