ଶ୍ରୀନଗର: ନାହିଁ ସ୍କୁଲ ଘର, ବାହାରେ ପାଠପଢୁଛନ୍ତି ପିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମିର ଉଦ୍ଦାମପୁରର ତୁର୍ଗ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ। 1999ରେ ପିଲାଙ୍କ ଭଲ ଭବିଷ୍ୟତ ପାଇଁ ନିର୍ମାଣ ହୋଇଥିଲା ଏହି ସ୍କୁଲ। ହେଲେ ପିଲାଙ୍କ ଭବିଷ୍ୟତ ଗଢା ହେଉଛି ଖୋଲା ଆକାଶ ତଳେ । କିଛି ଦିନ ଭଲରେ ଚାଲିବା ପରେ ସ୍କୁଲ ଘର ଧିରେ ଧିରେ ନଷ୍ଟ ହେବାରେ ଲାଗିଥିଲା। ଆଉ ଏବେ ପିଲାମାନେ ସ୍କୁଲ ବାହାରେ ବସି ପାଠପଢିବାକୁ ବାଧ୍ୟ ହେଉଛନ୍ତି ।
ଏହି ସ୍କୁଲରେ ପ୍ରାୟ 50 ପିଲା ପାଠପଢନ୍ତି । ଯଦି ଏହି ପିଲାଙ୍କ ପାଇଁ ସରକାର ସ୍କୁଲ ଘରର ବ୍ୟବସ୍ଥା କରନ୍ତି, ତେବେ ଏମାନେ ଫଳପ୍ରଦ ହେବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ତେବେ ବର୍ଷା କିମ୍ବା ଅତ୍ୟଧିକ ଖରା ହେଲେ ପିଲା ବାହାରେ ବସି ପାଠ ପଢିବା ସମ୍ଭବ ହୋଇପାରେ ନାହିଁ। ପିଲା ମାନେ ଅଧା ପାଠପଢାରୁ ଘରକୁ ଯିବାକୁ ବାହାରିଥାନ୍ତି ବୋଲି କୁହନ୍ତି ଏହି ବିଦ୍ୟାଳୟରେ ପାଠପଢାଉଥିବା ଶିକ୍ଷକ ଜଗଦିଶ ଚନ୍ଦର।
ଅନ୍ୟପଟେ ଏହି ଅଞ୍ଚଳରେ ସ୍କୁଲ ଘର ନଥିବା ସ୍କୁଲ ପାଇଁ ସମସ୍ତ ସୁବିଧା ଯୋଗାଇଦିଆଯିବ। ଏହାସହ ସ୍ଥାନୀୟ ଅଞ୍ଚଳରେ ଏଭଳି ଆହୁରି ସ୍କୁଲ ରହିଛି ତଦନ୍ତ ପରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶିକ୍ଷା ଅଧିକାରୀ ଦଲଜିତ ସିଂ।