ETV Bharat / bharat

ଅନଲାଇନ ଆପ୍ ଉପରେ ବିଗିଡି ଆତ୍ମହତ୍ୟା କଲେ ଛାତ୍ରୀ - ଆନ୍ଧ୍ରପ୍ରଦେଶ ଏମବିଏ ଛାତ୍ରୀଙ୍କ ଆତ୍ମହତ୍ୟା ଖବର

ଅନଲାଇନ ଆପ୍ ଲୋନ୍ ଦେବାକୁ ଓ ନେବାକୁ ବାଧ୍ୟ କରିବାରୁ ଆନ୍ଧ୍ରପ୍ରଦେଶର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ଅନଲାଇନ ଆପ୍ ଉପରେ ବିଗିଡି ଆତ୍ମହତ୍ୟା କଲେ ଛାତ୍ରୀ

author img

By

Published : Nov 3, 2020, 5:36 PM IST

ହାଇଦ୍ରାବାଦ: ଅନଲାଇନ ଆପ୍ ଲୋନ୍ ନେବାକୁ ବାଧ୍ୟ କରିବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଏମବିଏ ଛାତ୍ରୀ । ଏପରି ଏକ ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ।

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲା ଗାଜୁଓ୍ବାକା ସ୍ଥିତ ଶ୍ରୀନଗର ସୁନ୍ଦରାୟ କଲୋନୀର ଜଣେ ଛାତ୍ରୀ ଅନଲାଇନ ଆପ୍ ଉପରେ ବିଗିଡି ଆତ୍ମହତ୍ୟା କରିଦେଇଛନ୍ତି । ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଉଛନ୍ତି 22 ବର୍ଷୀୟ ଏମବିଏ ଛାତ୍ରୀ ଆହ୍ଲାଦ । ଘରେ କେହି ନଥିବାବେଳେ ସେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଆହ୍ଲାଦଙ୍କ ମାଆଙ୍କ କହିବା ଅନୁଯାୟୀ ଗତ କିଛିଦିନ ହେବ କେତେକ ଅନଲାଇନ ଆପ୍ ତାଙ୍କୁ ଲୋନ ଦେବାକୁ ଏବଂ ସୁଝିବାକୁ ବାଧ୍ୟ କରୁଥିଲେ । ତାଙ୍କ ଫୋନକୁ ପ୍ରତିଦନ ଅଧିକ ମାତ୍ରାରେ ମେସେଜ ଆସୁଥିବାରୁ ସେ ବିରକ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.