ETV Bharat / bharat

ତବଲିଗୀ ଜମାତ ପାଇଁ କଡା ପଦକ୍ଷେପ ଗ୍ରହଣ ନେଲେ ଯୋଗୀ ସରକାର - Strict CM Yogi on Tabligi Jamaat

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତବଲିଗୀ ଜମାତ ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ କହିଲେ ଯିଏ କଥା ନମାନିବ ତାଙ୍କ ଉପରେ ମାମଲା ରୁଜୁ କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତବଲିଗି ଜମାତ ପାଇଁ କଡା କାର୍ଯ୍ୟାନୁଷ୍ଠାନ
ତବଲିଗି ଜମାତ ପାଇଁ କଡା କାର୍ଯ୍ୟାନୁଷ୍ଠାନ
author img

By

Published : Apr 2, 2020, 11:22 PM IST

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ତବଲିଗୀ ଜମାତଙ୍କ ସମ୍ପର୍କରେ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁପିରେ 200ରୁ ଅଧିକ ବିଦେଶୀ ନାଗରିକଙ୍କ ପାସପୋର୍ଟ ଜବତ ପ୍ରକ୍ରିୟା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଅସଦାଚରଣ କରୁଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହେବା ଉଚିତ୍ । ବର୍ତ୍ତମାନ ପର୍ଯ୍ୟନ୍ତ 258 ବିଦେଶୀ ନାଗରିକଙ୍କ ସମେତ ତବଲିଗୀ ଜମାତ ସହ ଜଡିତ 1300ରୁ ଅଧିକ ଲୋକ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉକ୍ତ ସମାଜ ସହ ଜଡିତ ଲୋକଙ୍କୁ କଡା ନଜର ରଖିବା ଉଚିତ । ସିଏମ୍ କହିଛନ୍ତି ଯେ ତବଲିଗୀ ଜମାତରୁ ଫେରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଅବସ୍ଥା ଉପରେ ତଦାରଖ କରାଯିବା ଉଚିତ୍ । ଯେଉଁମାନେ ବିଦେଶୀ ଅଟନ୍ତି ସେମାନଙ୍କ ପାସପୋର୍ଟ ଯାଞ୍ଚ କରାଯାଉ । ଯଦି ଆଇନ ଭଙ୍ଗ ହୋଇଛି ତେବେ ଏନଡିଆରଏଫ୍ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଯେଉଁମାନେ ବେଆଇନ ଭାବେ ଲୁଚି ରହିଛନ୍ତି କିମ୍ବା ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତବଲିଗୀ ଜମାତ ସହିତ ଜଡିତ 1330 ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ୟରୁ 258 ବିଦେଶୀ ନାଗରିକ ଅଛନ୍ତି । ସମସ୍ତ ଚିହ୍ନଟଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ଏଯାବତ୍‌ 200 ଲୋକଙ୍କ ପାସପୋର୍ଟ ଜବତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଅନେକଙ୍କ ବିରୋଧରେ ବେଆଇନ ଆଶ୍ରୟ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.