ଡେରାଡୁନ: ବିଶ୍ୱକୁ କବଜା କରିଥିବା କୋରୋନା ଭାଇରସର ଚିକିତ୍ସା ପାଇଁ ତବଲିଗି ଜାମାତର ଲୋକ ସାମ୍ନାକୁ ନଆସୁଥିବା ନେଇ ଅଧିକ ଚିନ୍ତିତ ଅଛନ୍ତି ସରକାର । ସେମାନଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଉତ୍ତରାଖଣ୍ଡ ସରକାର ।
ସରକାରଙ୍କ ମୁଖପାତ୍ର ତଥା ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ କହିଛନ୍ତି ଯେ, କୋରୋନା ମାନବ ସମାଜ ପାଇଁ ବିପଦ ହୋଇ ରହିଛି । ଏଭଳି ପରିସ୍ଥିତିରେ ଜାମାତ ସହ ଜଡିତ ଲୋକଙ୍କୁ କ୍ବାରେଣ୍ଟାଇନ କରାଯାଇଛି । ଯେଉଁମାନେ ଜାମାତ ସହ ଜଡିତ ଅଛନ୍ତି, ସେମାନେ ଆଗକୁ ଆସି ସେମାନଙ୍କର ଯାଞ୍ଚ କରାଇବା ଉଚିତ । ନଚେତ୍ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଯେଉଁମାନେ ସେମାନଙ୍କୁ ଲୁଚାନ୍ତି କିମ୍ବା ଆଶ୍ରୟ ଦିଅନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ ସାରା ରାଜ୍ୟରେ 40ଟି କୋରୋନା ପଜିଟିଭ ରହିଥିବାବେଳେ 31 ଜଣ ସକ୍ରିୟ ରହିଛନ୍ତି। 9 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ଜଣାପଡିଛି ।
@IANS