ଭୋପାଲ: କୋରୋନା ସହ ମୁକାବିଲା କରୁଛି ଦେଶ । ଆଉ ଏଥିରେ ପ୍ରମୁଖ ଭୂମିକ ଗ୍ରହଣ କରୁଛନ୍ତି ଡାକ୍ତର । ଏପରି ସ୍ଥଳେ ଇନ୍ଦୋରର ଜିଲ୍ଲାପାଳ ସହରରେ ଥିବା 7 ଟି ମେଡିକାଲକୁ ଏକ ନିର୍ଦ୍ଦେଶ ଦେଇଛନ୍ତି । ଯେ ଡାକ୍ତରମାନଙ୍କର ଛୁଟି ବାତିଲ କରାଯାଉ । ଏହାସହ ଯେଉଁ ପାରାମେଡିକାଲ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି ସେମାନେ ସଠିକ ଭାବରେ କାର୍ଯ୍ୟ କରୁଛନ୍ତି ନା ନାହିଁ ତାହା ନୀରିକ୍ଷଣ କରାଯାଉ ।
ଜିଲ୍ଲପାଳ ହସପିଟାଲକୁ ଲେଖିଥିବା ଚିଠିରେ ଉଲ୍ଲେଖ ଅଛି ଯେ, ଏହି ମୂହୂର୍ତ୍ତରେ କୌଣସି ବି କର୍ମଚାରୀଙ୍କୁ ଛୁଟି ଦିଆଯିବ ନାହିଁ । ହସପିଟାଲ କର୍ତ୍ତୃପକ୍ଷ ଏହା ଧ୍ୟାନ ଦେବା ଦରକାର ଯେ, ସମସ୍ତ ଷ୍ଟାଫ୍ ଯେପରି ଉପସ୍ଥିତ ରୁହନ୍ତି । ଏହାସହ ମେଡିକାଲର ସମସ୍ତ ଡାକ୍ତରୀଉପକରଣ ମହଜୁଦ ଅଛି ନା ନାହିଁ, ଆଉ ସେଥିରେ ଯଦି କିଛି ଅସୁବିଧା ରହୁଛି ତେବେ ତୁରନ୍ତ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିବେ ।
ଏହାସହ ଜିଲ୍ଲାପାଳ କହିଛନ୍ତି ଯେ, ଯେଉଁ ଡାକ୍ତରୀ ଷ୍ଟାଫ ଛୁଟିରେ ଅଛନ୍ତି କିମ୍ବା କୌଣସି କାରଣ ହେତୁ ଡ୍ୟୁଟିରେ ଯୋଗ ଦେଇ ନାହାନ୍ତି ସେମାନେ ତୁରନ୍ତ ଦୁଇ ଦିନ ଭିତରେ ଉପସ୍ଥିତ ରହିବା ଦରକାର । ନଚେତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
@ANI