ଚେନ୍ନାଇ: କୋରୋନା କାରଣରୁ ଇରାନରେ ଫସିରହିଥିବା 700 ମତ୍ସ୍ୟଜୀବୀ ଫେରିବେ ତାମିଲନାଡୁ । ଏକ ଜାହାଜ ଯୋଗେ ସମସ୍ତେ ଖୁବଶୀଘ୍ର ଭାରତ ଫେରିବେ । ଏନେଇ ତାମିଲନାଡୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡି. ଜୟକୁମାର ଗୁରୁବାର ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶିତ ତାମିଲନାଡୁର ବିଭିନ୍ନ ଜିଲ୍ଲାରୁ ପ୍ରାୟ 700 ମତ୍ସ୍ୟଜୀବୀ ମତ୍ସ୍ୟଚାଷ ପାଇଁ ଚୁକ୍ତି ଆଧାରରେ ଇରାନ ଯାଇଥିଲେ ।
ମନ୍ତ୍ରୀ କହିଛନ୍ତି ଯେ, କୋରୋନାଭାଇରସ ବିସ୍ତାର ହେତୁ ବିମାନ ଉଡ଼ାଣ ବାତିଲ ରହିଥିଲା । ଫଳରେ ମତ୍ସ୍ୟଜୀବୀମାନେ ସେଠାରେ ଫସି ରହିଛନ୍ତି । ଏବେ ତାମିଲନାଡୁ ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ନିୟୋଜିତ କରାଯାଇଥିବା ଜାହାଜ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । କୋରୋନା କାଳରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ନୌସେନା ଜାହାଜ , 'ବନ୍ଦେ ଭାରତ ମିଶନ' ଅଧୀନରେ ଅପରେସନ୍ ସମୁଦ୍ର ସେତୁ ଅଂଶ ଭାବରେ ଜାରି ରହିଛି ।
ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ ନୌସେନା ଜାହାଜ ଆଇଏନଏସ ଜଳାଶ୍ବ ଇରାନର ବନ୍ଦର ଅବ୍ବାସରୁ ଭାରତୀୟଙ୍କୁ ଫେରାଇ ଆଣିବା କାର୍ଯ୍ୟ କରିଥାନ୍ତି ।
ଏହି ଜାହାଜ ବୁଧବାର ବନ୍ଦର ଅବ୍ବାସରେ ପହଞ୍ଚିଥିଲା ଏବଂ ଗୁରୁବାର ସକାଳେ ଭାରତୀୟ ନାଗରିକଙ୍କ ଯାତ୍ରା ଆରମ୍ଭ କରିବେ।
@IANS