ETV Bharat / bharat

ଜାଣନ୍ତୁ ରତ୍ନ ଅଳଙ୍କାରରେ ଭର୍ତ୍ତି ରତ୍ନକୁଣ୍ଡର ରହସ୍ୟ..

author img

By

Published : Oct 16, 2019, 11:55 PM IST

ବାଲ୍ମିକୀ ପୁରାଣ ଅନୁଯାୟୀ ଉତ୍ତର ପ୍ରଦେଶରେ ଥିବା ସ୍ବର୍ଣ୍ଣ ଖଣ୍ଡ କୂଅ । ଏହି ସ୍ବର୍ଣ୍ଣ ଖଣ୍ଡ କୂଅରେ କୁବେର ନିଜର ଅଳଙ୍କାର ସବୁ ପକାଇ ଦେଇଥିବା ପୁରାଣରୁ ଜଣାପଡ଼େ । ପଢନ୍ତୁ ଅଧିକ ରିପୋର୍ଟ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଲକ୍ଷ୍ନୌ: ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀ ରାମଙ୍କୁ ନେଇ ପୁରାଣରେ ଅନେକ ତଥ୍ୟ ଉଲ୍ଲେଖ ରହିଛି । ବାଲ୍ମିକୀ ରାମାୟଣ ଓ ସ୍କନ୍ଦ ପୁରାଣ ଅନୁଯାୟୀ ଶ୍ରୀ ରାମଚନ୍ଦ୍ରଙ୍କ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଆମକୁ ମିଳିଥାଏ । ସେହିପରି ବାଲ୍ମିକୀ ପୁରାଣ ଅନୁଯାୟୀ ସ୍ବର୍ଣ୍ଣ ଖଣ୍ଡ କୁଣ୍ଡ ସମ୍ପର୍କରେ ଉଲ୍ଲେଖ ରହିଛି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବାଲ୍ମିକୀ ପୁରାଣ ଅନୁଯାୟୀ ଅଯୋଧ୍ୟା ରେଲଓ୍ବେ ଷ୍ଟେସନ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଛି ବଡି ଛାଓ୍ବନୀ ସହର । ଏଠାରୁ ଦକ୍ଷିଣ ଦିଗକୁ ଗଲେ ପଡ଼େ ସ୍ବର୍ଣ୍ଣ ଖଣ୍ଡ କୂଅ । ଇତିହାସ କୁହେ ମହାରାଜ ରଘୁ ବିଶ୍ବ ବିଜୟୀ ହେବା ପରେ ହାସଲ କରିଥିବା ସମସ୍ତ ସ୍ବର୍ଣ୍ଣାଳଙ୍କାରକୁ ଏହି କୁଣ୍ଡରେ ପକାଇ ଦେଇଥିଲେ । ଏହା ସହିତ ଅନ୍ୟ କିଛି ସ୍ବର୍ଣ୍ଣାଳଙ୍କାର ଗରିବ, ବ୍ରାହ୍ମଣମାନଙ୍କୁ ଦାନ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ସ୍ବର୍ଣ୍ଣ ଖଣ୍ଡ କୁଅ ନିକଟରେ ରହିଛି ଏକ ମନ୍ଦିର । ଏହି ମନ୍ଦିରର ଉତ୍ତରାଧିକାରୀ ରତ୍ନେଶ ଦାସ କୁହନ୍ତି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପୂର୍ବଜ ମହାରାଜା ରଘୁ ବିଶ୍ବ ବିଜୟୀ ହେବା ପରେ ଏହିଠାରେ ଏକ ଯଜ୍ଞର ଆୟୋଜନ କରିଥିଲେ । ଏହି ଯଜ୍ଞକୁଣ୍ଡରେ ହାସଲ କରିଥିବା ସ୍ବର୍ଣ୍ଣାଳଙ୍କାର ସବୁ ପକାଇ ଦେଇଥିଲେ । ଏହା ସହିତ କିଛି ଗରିବ ମାନଙ୍କୁ ମଧ୍ୟ ଦାନ କରିଥିଲେ ।

ଯଜ୍ଞ ପରେ କୌତ୍ସକୀ ରାଜା ରଘୁଙ୍କୁ ତାଙ୍କୁ ଗୁରୁଦକ୍ଷିଣା ଦେବା ପାଇଁ କହିଥିଲେ ବୋଲି ରତ୍ନେଶ କହିଥିଲେ । ଗୁରୁଦକ୍ଷିଣାରେ କୌତ୍ସକୀ ସୂନା ଅଳଙ୍କାର ମାଗିଥିଲେ । ମାତ୍ର ରାଜା ସମସ୍ତଙ୍କୁ ସ୍ବର୍ଣ୍ଣ ଅଳଙ୍କାର ଦାନ କରିଥିବାରୁ ତାଙ୍କୁ ଗୁରୁଦକ୍ଷିଣାରେ କଣ ଦେବେ ବୋଲି କୌତ୍ସକୀ ରାଜା ରଘୁଙ୍କୁ ପ୍ରଶ୍ନ କରିଥିବା ସୂଚନା ଦେଇଥିଲେ ରତ୍ନେଶ । ସେହି ସମୟରେ ରାଜା ରଘୁ କୌତ୍ସକୀଙ୍କୁ କହିଥିଲେ କି, ଆପଣ ରାତିରେ ଏଠାରେ ବିଶ୍ରାମ କରନ୍ତୁ । ମୁଁ ଆପଣଙ୍କୁ ଗୁରୁଦକ୍ଷିଣା ଦେବାକୁ କିଛି ବ୍ୟବସ୍ଥା କରୁଛି ।

ଏହା କହି ରାଜା ରଘୁ ନିଜର ସେନାପତି ଓ ମନ୍ତ୍ରୀଙ୍କୁ କୁବେରଙ୍କ ଉପରେ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଏହି ନିର୍ଦ୍ଦେଶ ପାଇବା ପରେ ସେନାପତି ଓ ମନ୍ତ୍ରୀ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ସମ୍ପର୍କରେ କୁବେର ସୂଚନା ପାଇବା ପରେ ନିଜର ସମସ୍ତ ସ୍ବର୍ଣ୍ଣାଳଙ୍କାର ଏହି ଯଜ୍ଞ କୁଣ୍ଡରେ ପକାଇ ଦେଇଥିଲେ ।

ଫଳରେ ସକାଳୁ ରାଜା ସେହି ସୁନା ଅଳଙ୍କାର ସବୁ ବ୍ରାହ୍ମଣ କୌତ୍ସକୀଙ୍କୁ ଦାନ କରିଥିବା ନେଇ ରତ୍ନେଶ ସୂଚନା ଦେଇଥିଲେ । ଏହା ପରେ ଭଗବାନ ରୂପୀ ବାଳକ ଶ୍ରୀରାମଙ୍କ ରୂପରେ ଜନ୍ମଗ୍ରହଣ କରିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.