ETV Bharat / bharat

ଅମରନାଥ ଯାତ୍ରୀଙ୍କ ସୁରକ୍ଷା କବଚ ସାଜିଲେ ଆଇଟିବିପି ଯବାନ

ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ତତ୍ପର ଆଇଟିବିପି ଯବାନ । କାଶ୍ମୀରରେ ବିପଦପୂର୍ଣ୍ଣ ପୋଲ ପାର କରି ଯୋଗାଉଛନ୍ତି ଅନବରତ ସେବା । ଉଚ୍ଚାଙ୍ଗ ଗିରିଶୃଙ୍ଗରେ ଦେଖାଉଛନ୍ତି ଅଦମ୍ୟ ବୀରତ୍ବ।

author img

By

Published : Jul 6, 2019, 3:21 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅମରନାଥ ଯାତ୍ରୀଙ୍କ ସୁରକ୍ଷା କବଚ ସାଜିଲେ ଆଇଟିବିପି ଯବାନ । ଅମରାନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ପୁଣି ପ୍ରାକୃତିକ ବିପର୍ଯ୍ୟୟର ସାମନା କରିବାକୁ ପଡିଛି । ପ୍ରବଳ ବର୍ଷା ଫଳରେ ପାହାଡରୁ ପଥର ପଡିବା ସହ ପାଣି ବର୍ଷାଜଳ ମୁଷଳ ଧାରାରେ ବୋହିବା ଆରମ୍ଭ ହୋଇଥିଲା । ହେଲେ ଯାତ୍ରୀଙ୍କୁ ଏଥିରୁ ସୁରକ୍ଷା ଦେବା ପାଇଁ ଆଟିବିପି ଯବାନ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିପଦପୂର୍ଣ୍ଣ ପୋଲ ପାର କରି ଯୋଗାଉଛନ୍ତି ଅନବରତ ସେବା । ଉଚ୍ଚାଙ୍ଗ ଗିରିଶୃଙ୍ଗରେ ଦେଖାଉଛନ୍ତି ଅଦମ୍ୟ ବୀରତ୍ବ ।

ଭିଡିଓ ସୌଜନ୍ୟ: ଏଏନଆଇ

ସୂଚନାନୁଯାୟୀ, ଅମରନାଥ ଯାତ୍ରା ସମୟରେ ଶୁକ୍ରବାର ବାଲଟାଲ୍‌ଠାରେ ପ୍ରବଳ ବର୍ଷା ହେତୁ ପାହାଡରୁ ପଥର ଖସିବାକୁ ଲାଗିଥିଲା । ଫଳରେ ତୀର୍ଥଯାତ୍ରୀ ଆଗକୁ ବଢି ପାରିନଥିଲେ । ପରେ ସେଠାରେ ଉପସ୍ଥିତ ଆଇଟିବିପି ଯବାନ ତୁରନ୍ତ ମୋର୍ଚ୍ଚା ସମ୍ଭାଳି ଚଟାଣ ଭଳି ପଥରକୁ ରୋକିବା ପାଇଁ ଛିଡା ହୋଇଯାଇଥିଲେ । ଅଦମ୍ୟ ସାହାସ ଦେଖାଇ ପଥର ଖସିବା ବନ୍ଦ ହେବା ପର୍ଯ୍ୟନ୍ତ ନିଜ ଜୀବନ ସହ ବାଜି ଲଗାଇ ଦେଇଥିଲେ ସେମାନେ ।

ଅମରନାଥ ଯାତ୍ରା ଅନନ୍ତନାଗ ଜିଲ୍ଲାର 36 କିମି ଲମ୍ବା ପାରମ୍ପରିକ ପହଲଗାମ ମାର୍ଗ ଓ ଗୋନ୍ଦେରବଲ ଜିଲ୍ଲାର 14 କିମି ଲମ୍ବା ବାଲଟାଲ ମାର୍ଗ ଦେଇ ଯିବାକୁ ପଡିଥାଏ । ଏହି ଯାତ୍ରା 15 ଅଗଷ୍ଟରେ ସମାପ୍ତ ହେବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.