ହାଇଦ୍ରାବାଦ: ଏମିତି ଅନେକ ଜୀବଜନ୍ତୁଙ୍କ ସମ୍ପର୍କରେ ଆପଣ ଜାଣିଥିବେ, ଯେଉଁମାନେ ଖୁବ୍ ବିଷାକ୍ତ ହୋଇଥାଆନ୍ତି । ଏମାନଙ୍କ ସ୍ପର୍ଶ ମାତ୍ରେ ହିଁ ଜୀବନ ଚାଲିଯିବାର ଭୟ ଲାଗିରହିଥାଏ । କିନ୍ତୁ ଆପଣ ଦୁନିଆର ସବୁଠାରୁ ବିଷାକ୍ତ ମାଛ ସମ୍ପର୍କରେ ଜାଣିଛନ୍ତି କି?
ହଁ ଆଜ୍ଞା, ଏମିତି ଏକ ମାଛ ହେଉଛି ଷ୍ଟୋନ ଫିସ୍ । ଏହା ସାଧାରଣତଃ ସମୁଦ୍ରରେ ଦେଖିବାକୁ ମିଳିଥାଏ । ଏହା ଦେଖିବାକୁ ଏକ ପଥର ଖଣ୍ଡ ସଦୃଶ୍ୟ । ଏହି କାରଣରୁ ହିଁ ଏହା ଏକ ମାଛ ବୋଲି ଲୋକେ ଚିହ୍ନିପାରି ନଥାନ୍ତି । ଯଦି ଭୁଲରେ ଏହି ମାଛ ଉପରେ କାହାର ପାଦ ପଡିଯାଏ ତେବେ ସେଥିରୁ ବିଷ ବାହାରିଥାଏ । ଏମିତିକି ଏହା ଉପରେ ପାଦ ରଖିଥିବା ବ୍ୟକ୍ତିର ଗୋଡ ମଧ୍ୟ କାଟିବାକୁ ପଡିଥାଏ । ଆଉ ଟିକିଏ ଅସାବଧାନତା ମୃତ୍ୟୁର କାରଣ ସାଜିଥାଏ ।
ଏହି ମାଛ ଉପରେ ପାଦ ରଖିବା କ୍ଷଣି ଏହା 0.5ସେକେଣ୍ଡରୁ ଅଧିକ ଦ୍ରୁତ ଗତିରେ ନିଜର ବିଷ ଛାଡିବା ଆରମ୍ଭ କରିଥାଏ । ଏହାର ବିଷ ଏତେ ବିପଦପୂର୍ଣ୍ଣ ହୋଇଥାଏ ଯେ, ଏହାର ଗୋଟିଏ ବୁନ୍ଦା ଯଦି କୌଣସ ସହରର ପାଣିରେ ମିଶାଯାଏ ତେବେ ଏହା ସେହି ସହରର ପ୍ରତ୍ୟେକ ବ୍ୟକ୍ତିକୁ ମୃତ୍ୟ ଦେଇଥାଏ ।
ତେଣୁ ପୃଥିବୀରେ ମିଳୁଥିବା ସମସ୍ତ ମାଛଙ୍କଠାରୁ ଏହା ସମୂର୍ଣ୍ଣ ଅଲଗା । ସମସ୍ତ ମାଛଙ୍କ ଶରୀର କୋମଳ ଥାଏ ମାତ୍ର ଏହି ମାଛର ଶରୀର ପଥର ସଦୃଶ୍ୟ ହୋଇଥାଏ ।