ETV Bharat / bharat

ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଗିରଫ

author img

By

Published : Jul 16, 2020, 2:23 PM IST

Updated : Jul 16, 2020, 2:50 PM IST

1993 ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣର ମୁଖ୍ୟ ଅପରାଧୀ ଅବୁ ସଲେମ ସହଯୋଗୀ ଗଜେନ୍ଦ୍ର ସିଂକୁ ନଏଡା ୟୁନିଟରୁ ଗିରଫ କରିଛି ୟୁପି ଏସଟିଏଫ ।

stf
ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ମୁଖ୍ୟ ଅପରାଧୀର ସହଯୋଗୀ ଗିରଫ

ନୂଆଦିଲ୍ଲୀ: ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମୁଖ୍ୟ ଅପରାଧୀ ଅବୁ ସଲେମର ସହଯୋଗୀ ଗିରଫ । 1993 ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣର ମୁଖ୍ୟ ଅପରାଧୀ ଅବୁ ସଲେମ ସହଯୋଗୀ ଗଜେନ୍ଦ୍ର ସିଂକୁ ନଏଡା ୟୁନିଟରୁ ଗିରଫ କରିଛି ୟୁପି ଏସଟିଏଫ ।

ସୂଚନା ଅନୁଯାୟୀ, ଗତ 2014 ରେ ଗଜେନ୍ଦ୍ର ସିଂ ଦିଲ୍ଲୀର ଏକ ସମ୍ପତ୍ତି ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ 80 କୋଟି ଟଙ୍କା ହଡପ କରିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିବାରୁ ତାଙ୍କୁ ଖାନ ମୁବାରକ ମାଧ୍ୟମରେ ନଏଡାର ସେକ୍ଟର-18ରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣ ମୁଖ୍ୟ ଅପରାଧୀ ସହଯୋଗୀ ଗିରଫ

ୟୁପି ଏସଟିଏଫର କହିବା ଅନୁଯାୟୀ, ଆବୁ ସାଲେମର ଏନସିଆରରେ ସମ୍ପତ୍ତିରେ ଟଙ୍କା ବିନିଯୋଗ କରିବା ପାଇଁ ମଧ୍ୟ ଗଜେନ୍ଦ୍ର କାମ କରେ । ଗଜେନ୍ଦ୍ର ଆବୁ ସାଲେମର ଜଣେ ଘନିଷ୍ଠ ସହଯୋଗୀ ବୋଲି କୁହାଯାଏ । ଏପଟେ ୟୁପି ଏସଟିଏଫର ନୋଏଡା ୟୁନିଟର ସିଓ ରାଜକୁମାର ମିଶ୍ର କହିଛନ୍ତି, ଗଜେନ୍ଦ୍ର ଏକ କୁଖ୍ୟାତ ଅପରାଧୀ ଅଟେ । ଯାହାର ଡି କମ୍ପାନୀ(ଦାଉଦ ଇବ୍ରାହିମ ଗ୍ୟାଙ୍ଗ)ସହିତ ଲିଙ୍କ୍ ରହିଛି ।

ପ୍ରକାଶ ଥାଉକି, 1993 ମସିହା ମାର୍ଚ୍ଚ 12 ତାରିଖରେ ମୁମ୍ବାଇ ସିରିୟଲ ବୋମା ବିସ୍ଫୋରଣରେ 257 ଜଣଙ୍କ ମୃତ୍ୟୁ ଘଟିଥିବା ଏବଂ ପାଖାପାଖି 1400 ଲୋକ ଏହି ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.