ETV Bharat / bharat

ଦୀର୍ଘ 7 ମାସ ପରେ ଖୋଲିଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି

author img

By

Published : Oct 17, 2020, 11:42 AM IST

Updated : Oct 17, 2020, 12:14 PM IST

ମାର୍ଚ୍ଚ 25 ରେ ଦେଶବ୍ୟାପୀ ଲକଡାଉନ ହେବାର ସାତ ମାସ ପରେ ଆଜିଠୁ ଖୋଲିଲା ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି । ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ‘ଲୌହ ମୂର୍ତ୍ତି’ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାବେ ଖ୍ୟାତ। ଅଧିକ ପଢନ୍ତୁ...

Statue of Unity to reopen from October 17: Check latest guidelines
ଦୀର୍ଘ ସାତ ମାସ ପରେ ଆଜିଠୁ ଖୋଲିଲା ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଗାନ୍ଧିନଗର: କୋରୋନା ଯୋଗୁଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଉଠିବା ପରେ ଏବେ ସବୁକିଛି ଧୀରେ ଧୀରେ ସ୍ବାଭାବିକ ହେଉଛି। କୋରୋନା ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ପର୍ଯ୍ୟଟନସ୍ଥଳକୁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ସରକାର ଆଜିଠାରୁ(ଶନିବାର) ଗୁଜୁରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଖୋଲିଛନ୍ତି ।

ମାର୍ଚ୍ଚ 25 ରେ ଦେଶବ୍ୟାପୀ ଲକଡାଉନ ହେବାର ସାତ ମାସ ପରେ ଗୁଜୁରାଟର ନର୍ମଦା ନଦୀ ଉପରେ ନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ଶନିବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ, ଯାହାକି ନବରାତ୍ରିର ପ୍ରଥମ ଦିନ। ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ‘ଲୌହ ମୂର୍ତ୍ତି’ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାବେ ଖ୍ୟାତ। ୨୦୧୮ ଅକ୍ଟୋବର ୩୧ ତାରିଖ, ପଟେଲଙ୍କ ୧୪୩ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହା ଲୋକାର୍ପିତ ହୋଇଥିଲା। ଏହା ବିଶ୍ବର ସବୁଠାରୁ ଉଚ୍ଚତମ ସ୍ମାରକୀ, ଯାହାର ଉଚ୍ଚତା ୧୮୨ ମିଟର।

ତେବେ ଏହାର ଖୋଲିବା ନେଇ ସରକାରଙ୍କ ଦ୍ବାରା କିଛି ଗାଇଡଲାଇନ ଜାରି କରାଯାଇଛି । ସେଗୁଡ଼ିକ ହେଲା...

1. ପ୍ରତିଦିନ କେବଳ 2500 ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ । ଲକଡାଉନ୍ ପୂର୍ବରୁ ଏହା 15,000 ଥିଲା ।

2. 153 ମିଟର ଉଚ୍ଚରେ ଅବସ୍ଥିତ ଦର୍ଶକ ଗ୍ୟାଲେରୀ ପରିଦର୍ଶନ କରିବାକୁ କେବଳ 500 କୁ ଅନୁମତି ଦିଆଯିବ ।

3. ୱେବସାଇଟ୍ www.soutickets.in ମାଧ୍ୟମରେ ଦୁଇ ଘଣ୍ଟିଆ ସ୍ଲଟରେ ଟିକେଟ୍ ପ୍ରଦାନ କରାଯିବ ।

4. କେବଳ ସେହି ସ୍ଲଟରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ଦିଆଯିବ ଯେଉଁଥିପାଇଁ ଟିକେଟ୍ କ୍ରୟ କରାଯାଇଛି ।

5.ଟିକେଟ୍ ୱିଣ୍ଡୋରୁ କୌଣସି ଟିକେଟ ଦିଆଯିବ ନାହିଁ ।

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’, ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଠାରୁ ଦୁଇଗୁଣ ଅଧିକ। ମହାରାଷ୍ଟ୍ରର ପ୍ରସିଦ୍ଧ ସ୍ଥପତି ରାମ ଭି. ସୂତାର ଏହାର ନକ୍ସା ପ୍ରସ୍ତୁତ କରିଥିଲେ। ନିର୍ମାଣ ‌ଶେଷ ପାଇଁ ପୂରା ପାଞ୍ଚ ବର୍ଷ ସମୟ ଲାଗିଥିଲା। ମୋଟ ବ୍ୟୟ ଅଟକଳ ଥିଲା ୨,୯୮୯ କୋଟି ଟଙ୍କା। ତେବେ ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆଠଟି ଚମତ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିଛି ।

Last Updated : Oct 17, 2020, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.