ETV Bharat / bharat

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ମିଳିଲା ଆଉଟ ଲୁକ ଟ୍ରାଭେଲର ଆୱାର୍ଡ

ବିଶ୍ବର ସବୁଠୁ ଉଚ୍ଚତମ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁ ଆଉ ଏକ ସଫଳତା । ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆଉଟ ଲୁକ ଟ୍ରାଭେଲର ଆୱାର୍ଡ 2020 ମିଳିଛି । ଏହାକୁ ଅଷ୍ଟମାଶ୍ଚାର୍ଯ୍ୟ ଭାବେ ମଧ୍ୟ ବିବେଚିତ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଷ୍ଟାଚୁ ଅଫ୍ ୟୁନିଟିକୁ ମିଳିଲା ଆଉଟ ଲୁକ ଟ୍ରାଭେଲର ଆୱାର୍ଡ

author img

By

Published : Feb 24, 2020, 4:26 PM IST

ଅହମ୍ମଦାବାଦ: ବିଶ୍ବର ସବୁଠୁ ଉଚ୍ଚତମ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ କୁ ଆଉ ଏକ ସଫଳତା । ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ମିଳିଛି ପ୍ରତିଷ୍ଠିତ ପୁରସ୍କାର । ଯାହାକି ସମ୍ପୂର୍ଣ୍ଣ ଗୁଜୁରାଟ ଏବଂ ଦେଶ ପାଇଁ ଗୌରବମୟ ପାଲଟିଛି । ପର୍ଯ୍ୟଟନ କ୍ଷେତ୍ରରେ ଷ୍ଟାଚୁ ଅଫ୍ ୟୁନିଟିର ଲଗାତାର ଲୋକପ୍ରିୟତା ବଢିବାରେ ଲାଗିଛି । ଏକକୀକୃତ ଏବଂ ବିକାଶ ଦିଗରେ ସମସ୍ତଙ୍କ ଏକତା ଥିବାରୁ ଏବଂ ଗୁଜରାଟରେ ପର୍ଯ୍ୟଟନ ସ୍ଥଳୀର ଅଧିକ ଚାହିଦ ଥିବାରୁ ଏହି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରକୁ ବିବେଚନା କରି ପୁରସ୍କୃତ କରାଯାଇଛି ।

ଷ୍ଟାଚୁ ଅଫ୍ ୟୁନିଟିକୁ ମିଳିଲା ଆଉଟ ଲୁକ ଟ୍ରାଭେଲର ଆୱାର୍ଡ

ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ପର୍ଯ୍ୟଟନ ଉଦ୍ୟୋଗର ଆଉଟଲୁକ ଟ୍ରାଭେଲର ଭାବେ ଶ୍ରେଷ୍ଠ ପୁରସ୍କାର ମିଳିଛି । ଗୁଜୁରାଟ ଯେ କେବଳ ଷ୍ଟାଚ୍ୟୁ ଅଫ୍ ୟୁନିଟି କହିଲେ ଅତ୍ୟୁକ୍ତି ହେବ ନାହିଁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଭରି ରହିଛି ଆକର୍ଷଣୀୟ କେନ୍ଦ୍ର । ଏଠାରେ ରହିଛି ବିଶାଳ ଜଙ୍ଗଲ ସଫାରୀ, ୱାର୍ଲ୍ଡ ଫରେଷ୍ଟ, ଏକତା ନର୍ସରୀ, କାକଟସ ବଗିଚା, ପ୍ରଜାପତି ବଗିଚା, ହେଲ୍ଛ ଫରେଷ୍ଟ, ଏକତା ମଲ, ଚିଲ୍ଡରେନସ ନ୍ୟୁଟ୍ରିସନ ପାର୍କ, ରିଭର ରଫଟିଂ, ବୋଟିଂ, ସାଇକ୍ଲିଂ, ଖୁଲୱାନା ଇକୋ ଟୁରିଜମ । ଯାହାକି ପର୍ଯ୍ୟଟକଙ୍କୁ ଲଗାତାର ଆକୃଷ୍ଟ କରାଉଛି । ତାଛଡା ଏକ ଫ୍ୟାମିଲି ହଲିଡେ ଡେଷ୍ଟିନେସନ ପାଇଁ ମଧ୍ୟ ଗୁଜୁରାଟ ପ୍ରସିଦ୍ଧ ।

ଏଠାରେ ସୂଚନା ଯୋଗ୍ୟ, 2019 ମସିହା ବିଶ୍ବ ପ୍ରସିଦ୍ଧ ପତ୍ରିକା ‘ଟାଇମ୍ ମାଗାଜିନ୍’ ରେ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ସ୍ଥାନ ପାଇଛି । ଏହି ମାଗାଜିନରେ ବିଶ୍ବର 100ଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି । ଯେଉଁଥିରେ ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିର ନାଁ ରହିଛି । ଚଳିତ ବର୍ଷ ସଙ୍ଘାଇ କୋ-ଅପରେସନ ଅର୍ଗାନାଇଜେସନ (ଏସସିଓ) ଦ୍ବାରା ଏହାକୁ ଅଷ୍ଟମାଶ୍ଚାର୍ଯ୍ୟ ଭାବେ ବିବେଚିତ କରାଯାଇଛି । ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ କୁମାର ଗୁପ୍ତା କହିଛନ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆଉଟ ଲୁକ ଟ୍ରାଭେଲର ଆୱାର୍ଡ 2020 ମିଳିଛି । ଯାହାକି ଗୁଜୁରାଟ ପାଇଁ ଗର୍ବର ବିଷୟ । ଆମେ ପର୍ଯ୍ୟଟକଙ୍କ ପାଇଁ ସରଦାର ବଲ୍ଲଭଭାଇ ପାଟେଲଙ୍କ ବିଶାଳ ପ୍ରତିମା ନିର୍ମାଣ କରିଛୁ । ଯାହାକି ସାରା ଦୁନିଆକୁ ଏକତାର ବାର୍ତ୍ତା ଦେଉଛି । ଏହି ପୁରସ୍କାର ଦ୍ବାରା ଏହା ଶିକ୍ଷା ମିଳିଛି ଯେ ଆଜି ସାରା ଦୁନିଆରେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପୃଥିବୀର ସର୍ବଶ୍ରେଷ୍ଠ ସ୍ଥଳ ଭାବେ ପରିଣତି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.