ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ହେଲ୍ପଲାଇନ ଜାରି ହୋଇଛି । କୋରୋନା ଭାଇରସ ସଂପର୍କରେ ବିଭିନ୍ନ ସୂଚନା ଏହି ହେଲ୍ପଲାଇନ ଜରିଆରେ ଜଣାଇ ଦିଆଯିବ । ସେହିପରି ଏକ କେନ୍ଦ୍ରୀୟ ହେଲ୍ପଲାଇନ ନମ୍ବର ମଧ୍ୟ ସରକାରଙ୍କ ଦ୍ବାରା ଉପଲବ୍ଧ କରାଯାଇଛି ।
ଭାରତରେ ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃ୍ଦ୍ଧି ପାଇବାରେ ଲାଗିଛି । ଭାରତରେ କୋରୋନା ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଇ 76ରେ ପହଞ୍ଚିଛି । ସେଥିପାଇଁ ସରକାର ହାଇଆଲର୍ଟ ଜାରି କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
@ANI