ETV Bharat / bharat

ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ; ସମ୍ବଲପୁରୀ ହସ୍ତତନ୍ତ କଳାର ଗାଥା ବହନ କରୁଛି କୋଠା - State krushi bhawan

ଅନ୍ତର୍ଜୀତିୟ ସ୍ତରରେ ରାଜ୍ୟକୁ ଆଉ ଏକ ସଫଳତା । ସମ୍ବଲପୁରୀ ହସ୍ତତନ୍ତ କଳାକୁ ମିଳିଲା ନୂଆ ପରିଚୟ । ସାରା ଦେଶରେ ରାଜ୍ୟ ପ୍ରଥମ । କୃଷି ଭବନକୁ ନେଇ ଗର୍ବିତ ରାଜ୍ୟବାସୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

krushi bhawan
krushi bhawan
author img

By

Published : Aug 25, 2020, 6:01 PM IST

ଭୁବନେଶ୍ବର: ଅନ୍ତର୍ଜୀତିୟ ସ୍ତରରେ ଓଡିଶାକୁ ଆଉ ଏକ ସଫଳତା । ସମ୍ବଲପୁରୀ ହସ୍ତତନ୍ତକୁ ଆଉ ଏକ ସମ୍ମାନ । ଯାହା ଏବେ ସମ୍ବଲପୁରୀ ହସ୍ତତନ୍ତ କଳାକୁ ନୂଆ ଆଶା ଦିଶା ଦେବା ନିଶ୍ଚିତ ।

ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ; ସମ୍ବଲପୁରୀ ହସ୍ତତନ୍ତ ବହନ କରୁଛି କୋଠା

ବିଶ୍ବସ୍ତରରେ ପରିଚିତ ‘ଡିଜିନ’ ପତ୍ରିକାରେ ସ୍ଥାନ ପାଇଲା ଓଡିଶାର କୃଷି ଭବନ । ଏଭଳି କୃତିତ୍ୱ ହାସଲ କରିବାରେ କୃଷି ଭବନ ହେଉଛି ଦେଶର ପ୍ରଥମ ସରକାରୀ ବିଲ୍ଡିଂ । ଯାହା ଏବେ ରାଜ୍ୟ ପାଇଁ ଗର୍ବର ବିଷୟ । ଦେଶରେ ଥିବା ସମସ୍ତ ସରକାରୀ କୋଠା ମଧ୍ୟରୁ ରାଜ୍ୟ କୃଷି ଭବନ ଅନ୍ଯତମ । କାରଣ ଏଠାର କୌଣସି ହସ୍ତକଳାକୁ ନିଖୂଣ ଭାବେ ସ୍ଥାପିତ କରାଯାଇଛି । ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ ବାନ୍ଧର ପ୍ରତ୍ୟେକ କଳାକୁ ଏହି କୋଠାରେ ଦର୍ଶାଯାଇଛି । ଯାହା ସମ୍ବଲପୁରୀ ହସ୍ତତନ୍ତ କଳାର ଗୌରବ ବହନ କରୁଛି ।

PHOTO
ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ
PHOTO
ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ
PHOTO
ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ

ପୁଣି ବର୍ତ୍ତମାନ ଲଣ୍ଡନରେ ପ୍ରକାଶିତ ‘ଡିଜିନ’ ପତ୍ରିକାରେ ରାଜ୍ୟ ସରକାରଙ୍କ କୃଷି ଭବନ ସ୍ଥାନ ପାଇବା ପରେ ରାଜ୍ୟ ସରକାର ଓ ଅଧିକାରୀ ମାନେ ଖୁସି ବ୍ଯକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ କରି ଖୁସି ଜାହିର କରିବା ସହ ରାଜ୍ୟକୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି । ସେପଟେ କୃଷିମନ୍ତ୍ରୀ ଅରୁଣ ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀଙ୍କ କଳାପ୍ରତି ଦୁର୍ବଳତା ବଳିଷ୍ଠ ନେତୃତ୍ବ ପାଇଁ ଏହା ସମ୍ଭବ ବୋଲି କହିଛନ୍ତି ।

PHOTO
ସମ୍ବଲପୁରୀ ହସ୍ତତନ୍ତ ବହନ କରୁଛି କୋଠା

ସୂଚନାଯୋଗ୍ୟ ଯେ ଓଡିଶା ପୂର୍ବରୁ ୪ ଥର କୃଷି କର୍ମଣ ପୁରଷ୍କାର ପାଇଥିଲା । ସେହି କୃଷି କର୍ମଣ ପୁରଷ୍କାର ରାଷୀରେ ଏହି କୃଷି ଭବନ ନିର୍ମାଣ କରାଯାଇଛି ।

PHOTO
ଡିଜିନ ପତ୍ରିକାରେ ସ୍ଥାନ ପାଇଲା କୃଷି ଭବନ

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.