ETV Bharat / bharat

ରମଜାନରେ ସରକାରଙ୍କ ରୋକ, ବନ୍ଦ ରହିବ ସାମୂହିକ ପ୍ରାର୍ଥନା

author img

By

Published : Apr 19, 2020, 10:30 AM IST

କୋରୋନା ପାଇଁ ଇଫତାର ଓ ରମଜାନ ଭଳି ପବିତ୍ର ଉତ୍ସବକୁ ଅତି ସାଧାରଣ ଭାବେ ସମବେତ ନହୋଇ ପାଳନ କରିବାକୁ ପଡିବ। ଏନେଇ ମହାରାଷ୍ଟ୍ର ସରକାର ମୁସଲିମ ସମ୍ପ୍ରଦାୟକୁ କଡା ନିର୍ଦ୍ଦେଶ ଶୁଣାଇଛନ୍ତି।

State asks Muslim community
ରମଜାନ୍ ରେ ସରକାରଙ୍କ ରୋକ, ବନ୍ଦ ରହିବ ସାମୂହିକ ପ୍ରାର୍ଥନା

ନୂଆଦିଲ୍ଲୀ: ପବିତ୍ର ମାସ ରମଜାନରେ ହେବନି ସାମୂହିକ ପ୍ରାର୍ଥନା। ଏନେଇ ମହାରାଷ୍ଟ୍ର ସରକାର ମୁସଲିମ ସମ୍ପ୍ରଦାୟକୁ କଡା ନିର୍ଦ୍ଦେଶ ଶୁଣାଇଛନ୍ତି। କୋରୋନା ପାଇଁ ଇଫତାର ଓ ରମଜାନ ଭଳି ପବିତ୍ର ଉତ୍ସବକୁ ଅତି ସାଧାରଣ ଭାବେ ସମବେତ ନହୋଇ ପାଳନ କରିବାକୁ ପଡିବ। ଏହାସହ ଲକଡାଉନ ନିୟମକୁ ପାଳନ କରି ସାମାଜିକ ଦୁରତ୍ବ ରକ୍ଷା କରି ସମସ୍ତେ ନିଜ ନିଜ ଘରେ ପ୍ରାର୍ଥନା କରିବାକୁ ସମ୍ପ୍ରଦାୟର ମୁଖ୍ୟଙ୍କୁ କୁହାଯାଇଛି।

ତେବେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ପରେ ରାଜ୍ୟ ସଂଖ୍ୟାଲଘୁ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜୟଶ୍ରୀ ମୁଖାର୍ଜୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ମୁସଲିମ ସମ୍ପ୍ରଦାୟର ପବିତ୍ର ମାସ ରମଜାନ ପର୍ବ ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହେବ। ଏହି ସମୟରେ ମୁସଲମାନ ମାନେ ବହୁ ସଂଖ୍ୟାରେ ସମବେତ ହୋଇ ମସ୍କୋରୋ ସାମୂହିକ ପ୍ରାର୍ଥନା କରିଥାନ୍ତି।

ହେଲେ ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଇ, ଏହିପରି ବଡ଼ ସମାବେଶ କୋଭିଡ୍ 19 ବିସ୍ତାର କରିବାରେ ସାହାଯ୍ୟ କରିବ। ଯାହା ଫଳରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ ହୋଇପାରେ । ତେଣୁ ସମସ୍ତ ମୁସଲମାନ ଭାଇମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଛି।

ଏପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁମାନେ ସ୍ବାଗତ କରିଛନ୍ତି। ଅଲ ଇଣ୍ଡିଆ ଉଲେମା ପରିଷଦର ସାଧାରଣ ସମ୍ପାଦକ ମୌଲାନା ମେହମୁଦ ଦରିଆବାଡି କହିଛନ୍ତି, ''ଯେ ଏହା ଏକ ଭଲ ପଦକ୍ଷେପ। ସାମାଜିକ ଦୂରତା ବଜାୟ ରଖିବା ଏବଂ ମସଜିଦରେ ପ୍ରାର୍ଥନା, ଇଫତାର ଏବଂ ତରୱି ପାଇଁ ଏକାଠି ନହେବା ପାଇଁ ଆମେ ସମ୍ପ୍ରଦାୟକୁ ଏକ ନିବେଦନ କରିସାରିଛୁ। ଲୋକମାନେ ଉପବାସ କରି ଘରେ ପ୍ରାର୍ଥନା କରିପାରିବେ। ବାହାରକୁ ଆସିବାର କୌଣସି ଆବଶ୍ୟକତା ନାହିଁ '' ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.