ETV Bharat / bharat

ସେପ୍ଟେମ୍ବର 2ରେ IT ସମ୍ବନ୍ଧୀୟ ସଂସଦୀୟ କମିଟି ବୈଠକ, ଫେସବୁକ ଅଧିକାରୀ ରଖିବେ ପକ୍ଷ

author img

By

Published : Aug 20, 2020, 10:34 PM IST

ସେପ୍ଟେମ୍ବର ୨ରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଟି ସମ୍ବନ୍ଧୀୟ ସ୍ଥାୟୀ ସଂସଦୀୟ କମିଟିର ବୈଠକ । ବୈଠକରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏହି କମିଟି ଫେସବୁକ ଅଧିକାରୀଙ୍କ ମତାମତ ଶୁଣିବ। ଅଧିକ ପଢନ୍ତୁୟ...

ସେପ୍ଟମ୍ବର 2ରେ IT ସମ୍ବନ୍ଧୀୟ ସଂସଦୀୟ କମିଟି ବୈଠକ, ଫେସବୁକ ଅଧିକାରୀ ରଖିବେ ପକ୍ଷ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨ରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଟି ସମ୍ବନ୍ଧୀୟ ସ୍ଥାୟୀ ସଂସଦୀୟ କମିଟିର ବୈଠକ । ଏହି ବୈଠକରେ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାରକୁ ନିୟନ୍ତ୍ରଣ କରିବା ପାଇଁ ଏହି କମିଟି ଫେସବୁକ ଅଧିକାରୀଙ୍କ ମତାମତ ଶୁଣିବ। ତେବେ ବୈଠକ ନେଇ ସୂଚନା ଦେଇଛି ଲୋକସଭା ସଚିବାଳୟ ।

ଫେସବୁକ ସମ୍ବନ୍ଧରେ ଭାରତରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ସଂସଦୀୟ କମିଟିର ମୁଖ୍ୟ ଶଶି ଥରୁରଙ୍କୁ ଟାର୍ଗେଟ କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ତାଙ୍କୁ କମିଟି ଅଧ୍ୟକ୍ଷ ପଦରୁ ହଟାଇବାକୁ ଦାବି କରିଛନ୍ତି।

ନିଶିକାଣ୍ଟ ଦୁବେ, ଓମ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇ ଶଶି ଥରୁରଙ୍କ ସ୍ଥାନରେ ଅନ୍ୟ ସଦସ୍ୟଙ୍କୁ କମିଟିର ସଭାପତି ଭାବରେ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

ଆମେରିକାର ଖବରକାଗଜ 'ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ' ଦ୍ବାରା ପ୍ରକାଶିତ ଖବର ପରେ ଫେସବୁକ ସହ ଜଡିତ ବିବାଦ ଆରମ୍ଭ ହୋଇଥିଲା। ସୂତ୍ରରୁ ପ୍ରକାଶ ଯେ ଫେସବୁକର ବରିଷ୍ଠ ଭାରତୀୟ ନୀତି ଅଧିକାରୀ ସାମ୍ପ୍ରଦାୟିକ ପୋଷ୍ଟ କରିବା ନେଇ ତେଲେଙ୍ଗାନାରୁ ଜଣେ ବିଜେପି ବିଧାୟକଙ୍କ ଉପରେ ଲଗାଯାଇଥିବା ସ୍ଥାୟୀ ପ୍ରତିବନ୍ଧକ ଉପରେ ରୋକ ଲଗାଇବାକୁ ଚିଠିରେ ହସ୍ତକ୍ଷେପ କରିଥିଲେ ।

ଏହା ପରେ ଟ୍ବିଟରରେ ଶଶି ଥରୁର ଏବଂ ନିଶିକାନ୍ତ ଦୁବେଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଫେସବୁକ ସହ ଜଡିତ ବିବାଦ ଉପରେ ଥରୁର କହିଥିଲେ ଯେ ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ଷ୍ଟାଣ୍ଡିଂ କମିଟି ଏହି ସୋସିଆଲ ମିଡିଆ କମ୍ପାନୀରୁ ଉତ୍ତର ମାଗିବ। ନିଶିକାନ୍ତ ଦୁବେ ତାଙ୍କ ବିବୃତ୍ତିରେ ଆପତ୍ତି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶଶି ଥରୁର ଏବଂ ନିଶିକାନ୍ତ ଦୁବେ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ପରସ୍ପର ବିରୋଧରେ ଅଧିକାରର ଉଲ୍ଲଂଘନ ନୋଟିସ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.