ETV Bharat / bharat

ଭାଙ୍ଗିଲା ସଭାମଞ୍ଚ, ଅଳ୍ପକେ ବର୍ତ୍ତିଲେ ନେତା - Stage broken At West Champaran When Congress leader addressing the election meeting

ନିର୍ବାଚନୀ ସଭା ଚାଲିଥିବାବେଳେ ହଠାତ ଭାଙ୍ଗିଲା ମଞ୍ଚ । ପଢନ୍ତୁ ଅଧିକ.....

ଭାଙ୍ଗିଲା ସଭା ମଞ୍ଚ, ଅଳ୍ପକେସ ବର୍ତ୍ତିଲେ ନେତା

author img

By

Published : Oct 29, 2020, 9:31 PM IST

ପାଟନା: ନିର୍ବାଚନୀ ସଭା ଚାଲିଥିବାବେଳେ ହଠାତ ଭାଙ୍ଗିଲା ମଞ୍ଚ । ବିହାରର ପଶ୍ଚିମ ଚମ୍ପାରନ ରାମନଗର ବିଧାନସଭା କ୍ଷେତ୍ର ଓ ନରକଟିଆଗଞ୍ଜ ବିଧାନସଭା କ୍ଷେତ୍ର ମଧ୍ୟରେ ଥିବା ବଗହୀ ଦେବରାଜରେ କଂଗ୍ରେସର ଏକ ନିର୍ବାଚନୀ ସଭା ଚାଲିଥିବାବେଳେ ହଠାତ ମଞ୍ଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ମଞ୍ଚ ଭାଙ୍ଗି ପଡିବା ପରେ ସଭାରେ ଲୋକଙ୍କ ମଧ୍ୟରେ ଦୌଡାଦୌଡି ଦେଖିବାକୁ ମିଳିଥିଲା ।

ଭାଙ୍ଗିଲା ସଭା ମଞ୍ଚ, ଅଳ୍ପକେସ ବର୍ତ୍ତିଲେ ନେତା

କଂଗ୍ରେସ ନେତା ମସହୁର ସାୟର ଇମ୍ରାନ ପ୍ରତାପଗଡି ଓ ଅଖିଳେସ ସିଂ ମଞ୍ଚ ଉପରେ ଉପସ୍ଥିତ ରହି ଜନ ସଭାକୁ ସମ୍ବୋଧିତ କରୁଥିବାବେଳେ ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଇମ୍ରାନ ପ୍ରତାପଗଡି ସଭାକୁ ସମ୍ବୋଧିତ କରୁଥିବାବେଳେ ହଠାତ ଭୁଷୁଡି ପଡିଥିଲା ମଞ୍ଚ ।

ତେବେ ମଞ୍ଚ ଭାଙ୍ଗିବାର କାରଣ ଜଣା ପଡିନଥିବାବେଳେ ମାତ୍ରାଧିକ ଭିଡ ହେତୁ ଏପରି ହୋଇଥିବା ଅନୁମାନ କରାଯାଉଛି । ଏହା ପରେ ସଭା କାର୍ଯ୍ୟକ୍ରମକୁ ସେହିଠାରେ ହିଁ ବନ୍ଦ କରିବାକୁ ପଡିଥିଲା । ଘଟଣାସ୍ଥଳରୁ ସବୁ ନେତାଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ସଭାସ୍ଥଳକୁ ଖାଲି କରିଥିଲେ ଆୟୋଜକ । ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.