ETV Bharat / bharat

ଶ୍ରୀନଗର ବିମାନ ବନ୍ଦରରେ ସୀତାରାମ ୟେଚୁରୀ ଓ ଡି. ରାଜା ଅଟକ

ସିପିଆଇଏମ୍‌ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ସିପିଆଇର ସାଧାରଣ ସମ୍ପାଦକ ଡି. ରାଜାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖାଯାଇଛି ।

author img

By

Published : Aug 9, 2019, 3:05 PM IST

ଫାଇଲ ଫଟୋ

ଶ୍ରୀନଗର: ଶୁକ୍ରବାର କାଶ୍ମୀର ଗସ୍ତରେ ଯାଇଥିବା ସିପିଆଇଏମ୍‌ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଓ ସିପିଆଇର ସାଧାରଣ ସମ୍ପାଦକ ଡି. ରାଜାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖାଯାଇଛି । ଏହାପରେ ୟେଚୁରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କୁ ଭେଟିବାକୁ ଯାଇଥିଲେ ଏହି ଦୁଇ ନେତା ।

ଏହି ଦୁଇ ନେତା ପୂର୍ବରୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌କୁ କର୍ମୀଙ୍କ ସହ ଆଲୋଚନା ଓ ଭେଟିବା ପାଇଁ ପତ୍ର ଲେଖିବା ସହ ଅନୁମତି ମାଗିଥିଲେ । ସୁରକ୍ଷା ଦୃଷ୍ଟିରୁ ୟେଚୁରୀ ଓ ଡି. ରାଜାଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଛି ଓ ସହର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନାହିଁ । ଗତକାଲି କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଏବଂ ଜାମ୍ମୁକାଶ୍ମୀରର କଂଗ୍ରେସ ମୁଖ୍ୟ ଗୁଲାମ ଅହମ୍ମଦ ମୀରଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ ରଖାଯାଇଥିଲା।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.