ETV Bharat / bharat

9 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଶ୍ରୀଲଙ୍କା ନୌସେନା ଭାରତର 9 ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି । ଅଧିକ ପଢନ୍ତୁ...

Srilankan navy arrested 9 Indian fishermen
ଶ୍ରୀଲଙ୍କା ନାଭି ଦ୍ବାରା 9 ଭାରତୀୟ ମତ୍ସ୍ୟଜୀବୀ ଗିରଫ
author img

By

Published : Jan 10, 2021, 2:29 PM IST

ଚେନ୍ନାଇ: ସମୁଦ୍ରରେ ମାଛ ଧରୁଥିବା ସମୟରେ ଶ୍ରୀଲଙ୍କା ନୌସେନା 9 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶନିବାର ଗିରଫ କରିଥିବା ଭାରତୀୟ ତଟରକ୍ଷୀ ବାହିନୀକୁ ସୂଚନା ଦେଇଛନ୍ତି । ତେବେ ସମସ୍ତ ମାଛ ଧରାଳି ତାମିଲନାଡୁର ହୋଇଥିବା ବେଳେ ଶ୍ରୀଲଙ୍କା ସୀମା ମଧ୍ୟରେ ପଶି ମାଛ ଧରୁଥିବାରୁ ଗିରଫ ହୋଇଛନ୍ତି ।

ଗିରଫ ହୋଇଥିବା ମତ୍ସ୍ୟଜୀବୀମାନେ ତାମିଲନାଡୁ ରାମେଶ୍ବରମ ଅଞ୍ଚଳର ଜଣାପଡିଛି । ସେହି ମତ୍ସ୍ୟଜୀବୀମାନେ ଗ୍ରେସ, ଭଲାନ କୌଶିକ, ମିସେଉସ, କିଙ୍ଗସ୍ଟନ, ସାମ ସ୍ଟିଲର, ନିଜନ ବ୍ରିଘଂଟନ, କିଶୋକ, ମରି ବୋଲି ଜଣାପଡିଛି । ଶ୍ରୀଲଙ୍କା ନୌସେନାମାନେ ସେମାନଙ୍କ ଏକ ବୋଟ ନମ୍ବର IND-TN-10-MM-296କୁ ମଧ୍ୟ ଅଟକ ରଖିଛନ୍ତି ।

ସେମାନେ ଶ୍ରୀଲଙ୍କା ସୀମାରେ ଥିବା ସମୁଦ୍ର ପାଣିରୁ ବେଆଇନ ଭାବେ ମାଛ ଧରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପୂର୍ବରୁ ଏହିପରି ଅନେକ ଥର ଶ୍ରୀଲଙ୍କା ସୀମାରେ ମାଛ ଧରୁଥିବା ଅଭିଯୋଗରେ ଭାରତୀୟ ମତ୍ସ୍ୟଜୀବୀମାନେ ଗିରଫ ହୋଇଥିବା ଖବର ସାମନାକୁ ଆସିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.