ନୂଆଦିଲ୍ଲୀ: ମହାମାରୀ କୋରୋନା ବିପଦରୁ ମୁକାବିଲା କରିବା ପାଇଁ ଆୟୁର୍ବେଦର ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ କହିଲେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର । ସେ ପରାମର୍ଶ ଦେଇଛନ୍ତି ଯେ COVID-19 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସାରା ଦେଶରେ ଆୟୁର୍ବେଦିକ ସୁବିଧା ଖୋଲିବାକୁ ସରକାର ବିଚାର କରିବା ଉଚିତ୍ ।
"ଆୟୁର୍ବେଦ ପ୍ରକୃତରେ ଏହି ଭୂତାଣୁରୁ ମୁକ୍ତି ପାଇବାରେ ସାହାଯ୍ୟ କରିପାରେ । ଚୀନରେ ସ୍ୱଦେଶୀ ଔଷଧ ମଧ୍ୟ ସୁପାରିଶ କରାଯାଇପାରିବ । ସରକାର ଆୟୁର୍ବେଦିକ ସୁବିଧା ଖୋଲିଲେ କିଛି ଲୋକ ଏଥିରେ ସୁସ୍ଥ ହୋଇଯାନ୍ତେ । ଆମ ଦେଶରେ ଲକ୍ଷ ଲକ୍ଷ ଆୟୁର୍ବେଦିକ ଚିକିତ୍ସକ ଅଛନ୍ତି ଏବଂ ସେମାନଙ୍କୁ ଅଭ୍ୟାସ କରିବାକୁ ଅନୁମତି ଦିଅନ୍ତୁ । ସଂକ୍ରମିତଙ୍କ ଯତ୍ନ ନେବାକୁ କୁହନ୍ତୁ ବୋଲି କହିଛନ୍ତି ରବିଶଙ୍କର। "
ପୂର୍ବରୁ ନିଆଯାଇଥିବା ଲକଡାଉନ ନିଷ୍ପତ୍ତିକୁ ପ୍ରଂଶସା କରିଛନ୍ତି ସେ । "ମୁଁ ଭାବୁଛି ଭାରତ ଠିକ୍ ସମୟରେ ନିଷ୍ପତ୍ତି ନେଇଛି । ଆମ ସରକାର ଅନ୍ୟ ଦେଶମାନଙ୍କ ଆଗରେ ଏହି ବନ୍ଦୋବସ୍ତ କରିଛନ୍ତି । ଡାକ୍ତରୀ ପ୍ରସ୍ତୁତି ବିଷୟରେ, ମୁଁ କହିବି ଯେ ଆମେ ଖରାପ ନୁହଁନ୍ତି । ଆମେ ଯଥେଷ୍ଟ ଭଲ କାମ କରୁଛୁ ବୋଲି କହିଛନ୍ତି ରବିଶଙ୍କର ।