ETV Bharat / bharat

ଶ୍ରୀଲଙ୍କାରେ ବଢିଲା ଜରୁରୀକାଳୀନ ପରିସ୍ଥିତିର ଅବଧି

ଶ୍ରୀଲଙ୍କାରେ ଆଉ ମାସକ ପାଇଁ ବଢିଲା ଜରୁରୀକାଳୀନ ପରିସ୍ଥିତି । ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଶନିବାର ଦେଶରେ ଜାରି ହୋଇଥିବା ଜରୁରୀକାଳିନ ପରିସ୍ଥିତିର ଅବଧିକୁ ବୃଦ୍ଧି କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 22, 2019, 9:54 PM IST

କୋଲମ୍ବୋ: ଶ୍ରୀଲଙ୍କାରେ ଆଉ ମାସକ ପାଇଁ ବଢିଲା ଜରୁରୀକାଳୀନ ପରିସ୍ଥିତି । ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ଶନିବାର ଦେଶରେ ଜାରି ରହିଥିବା ଜରୁରୀକାଳୀନ ପରିସ୍ଥିତିର ଅବଧିକୁ ବୃଦ୍ଧି କରିଛନ୍ତି । ସର୍ବଜନୀନ ସାମାଜିକ ସୁରକ୍ଷା ଏବଂ ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଏହି ଅବଧିକୁ ବୃଦ୍ଧି କରାଯାଇଛି ବୋଲି ସିରିସେନା କହିଛନ୍ତି ।

ସନ୍ଦିଗ୍ଧଙ୍କୁ ଧରିବା ଏବଂ ଜେଲରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ବ୍ୟାପକ ଅଧିକାର ଯୋଗାଇବା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ତେବେ ଶନିବାର ଏହାର ଅବଧି ସମାପ୍ତ ହେବାର ଥିଲା । ସେପଟେ ଏବେ ସୁଦ୍ଧା ଦେଶରେ ବିପଦ ଟଳି ନଥିବାରୁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।

ସୂଚନା ଯୋଗ୍ୟ ଯେ, ଦ୍ବୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଗତ ଏପ୍ରିଲ ମାସରେ ଇଷ୍ଟର ପର୍ବରେ ସିରିଜ ବୋମା ବିସ୍ଫୋରଣ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଇଷ୍ଟର ପର୍ବ ଅବସରରେ ୯ଟି ବୋମା ବିସ୍ଫୋରଣ ଘଟି ପ୍ରାୟ ୩୬୦ ଜଣ ପ୍ରାଣ ହରାଇଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.