ETV Bharat / bharat

ଭାରତ-ୟୁଏଇ ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟିଂ ସୁବିଧା ଆଣିଲା ସ୍ପାଇସଜେଟ

author img

By

Published : Oct 27, 2020, 5:08 PM IST

ଭାରତ ଏବଂ ୟୁଏଇରେ ଥିବା ଯାତ୍ରୀମାନଙ୍କ ପାଇଁ ଭିଏଫଏସ ଗ୍ଲୋବାଲ ସାହାଯ୍ୟରେ କୋରୋନା ଟେଷ୍ଟିଂ ସୁବିଧା ଯୋଗାଇବା ଆରମ୍ଭ କରିଛି ସ୍ପାଇସଜେଟ । ଅଧିକ ପଢନ୍ତୁ...

ଭାରତ ଏବଂ ୟୁଏଇ ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟିଙ୍ଗ ସୁବିଧା ଆଣିଲା ସ୍ପାଇସଜେଟ

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ କୋରୋନା ଟେଷ୍ଟିଂ ସୁବିଧା ଆଣିଲା ସ୍ପାଇସଜେଟ । ସ୍ପାଇସଜେଟ ଭାରତ ଏବଂ ୟୁଏଇରେ ଥିବା ଯାତ୍ରୀମାନଙ୍କ ପାଇଁ ଭିଏଫଏସ ଗ୍ଲୋବାଲ ସାହାଯ୍ୟରେ କୋରୋନା ଟେଷ୍ଟିଂ ସୁବିଧା ଯୋଗାଇବା ଆରମ୍ଭ କରିଛି ବୋଲି ମଙ୍ଗଳବାର ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ବିଶେଷ କରି ଆନ୍ତର୍ଜାତୀୟ ଯାତ୍ରା ପାଇଁ ଯାତ୍ରୀମାନଙ୍କୁ ନେଗେଟିଭ କୋରୋନା ରିପୋର୍ଟ ଦେବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଭିଏଫଏସ ଗ୍ଲୋବାଲ ଦ୍ବାରା ପରୀକ୍ଷା ପାଇଁ ନିଯୁକ୍ତି ବୁକିଂ ସେବା ପ୍ରଦାନ କରାଯାଉଥିବା ଦର୍ଶାଇ ଏୟାର ଲାଇନ୍ସ କହିଛି ଯେ, ଯାତ୍ରୀମାନେ ସେମାନଙ୍କର ନମୁନାକୁ ନିଜ ପସନ୍ଦ ମୁତାବକ ସ୍ଥାନରେ ଦାଖଲ କରିପାରିବେ । କୋରୋନା ପରୀକ୍ଷା ରିପୋର୍ଟଗୁଡିକ ସଂପୃକ୍ତ ଲାବ୍ରୋଟୋରୀ ଦ୍ବାରା 24 ରୁ 60 ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କ ପଞ୍ଜୀକୃତ ଇମେଲକୁ ପଠାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଭାରତରେ ଯାତ୍ରୀମାନେ ନମୁନା ଦେବା ପାଇଁ ଆଇସିଏମଆର ଅନୁମୋଦିତ ଲାବ୍ରୋଟୋରୀ ମୁମ୍ବାଇ, ଦିଲ୍ଲୀ, କୋଚି, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଜଲନ୍ଧର, ଚଣ୍ଡିଗଡ଼, ଅହମ୍ମଦାବାଦ ଏବଂ ପୁନେ ଯାଇପାରିବେ। ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ କୋରୋନା ପରୀକ୍ଷା ଫି ସ୍ଥାନୀୟ ସରକାରୀ ସଂସ୍ଥା ଦ୍ବାରା ସ୍ଥିର କରାଯାଇଥିବା ମୂଲ୍ୟ ଅନୁଯାୟୀ ହେବ । ଶିଶୁ ଏବଂ ବୟସ୍କଙ୍କ ପାଇଁ ସମାନ ଫି ଲାଗୁ ହେବ। ସେହିପରି ୟୁଏଇରୁ ଯାତ୍ରା କରୁଥିବା ଯାତ୍ରୀମାନେ ଅଜମାନ, ଆବୁ ଧାବି, ଦୁବାଇ କିମ୍ବା ଶାରଜାରେ ସେମାନଙ୍କର ନମୁନା ଦାଖଲ କରିପାରିବେ। ପରୀକ୍ଷା ଫି ଉଭୟ ଶିଶୁ ଏବଂ ବୟସ୍କଙ୍କ ପାଇଁ 3212 ଟଙ୍କାରୁ ଆରମ୍ଭ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.