ETV Bharat / bharat

ଲକଡାଉନରେ ଭିଡିଓ କଲରେ ବଢାନ୍ତୁ ପାର୍ଟନରଙ୍କ ସହ ସମ୍ପର୍କ - ଲକଡାଉନରେ ଭିଡିଓ କଲ

ଦୂରତାକୁ କେବେ ସମ୍ପର୍କ ଭିତରେ ଆଣିବାକୁ ଦିଅନ୍ତୁ ନାହିଁ । ଦୂରରେ ଥାଇ ମଧ୍ୟ ପାଖରେ ଥିବା ଭଳି ବ୍ୟବହାର କରନ୍ତୁ । ଅଧିକ ପଢନ୍ତୁ...

ଲକଡାଉନରେ ଭିଡିଓ କଲରେ ବଢାନ୍ତୁ ପାର୍ଟନରଙ୍କ ସହ ସମ୍ପର୍କ

author img

By

Published : May 29, 2020, 6:40 AM IST

ହାଇଦ୍ରାବାଦ: ଲକଡାଉନରେ ସମସ୍ତଙ୍କୁ ଯୋଡି ରଖିଛି ଭିଡିଓ କଲ । ଏହାଦ୍ବାରା ସମସ୍ତେ ପରସ୍ପର ସହ ସମ୍ପର୍କ ଯୋଡିରଖିଛନ୍ତି । ଶାରୀରିକ ଭାବେ ଉପସ୍ଥିତ ନରହିଲେ ମଧ୍ୟ ଭିଡିଓ କଲ ସମସ୍ତଙ୍କ ପାଇଁ ଉପକାରୀ ପାଲଟିଛି । ବିଶେଷ କରି ଏହି ସମୟରେ ଏହା ବହୁତ ଦରକାରୀ ଆସିଛି । କିଏ କେଉଁଠି ଫସି ରହିଛନ୍ତି ସେମାନଙ୍କୁ ଏହାଦ୍ବାରା ଆଶ୍ବସ୍ତି ମିଳୁଛି ।

ତେବେ ଭିଡିଓ କଲରେ କଥା ହେବା ବେଳେ ପାର୍ଟନରଙ୍କ ସହ ସମ୍ପର୍କ ଦୃଢ କରନ୍ତୁ । ଦୂରରେ ଅଛନ୍ତି ବୋଲି ମନଦୁଃଖ କରନ୍ତୁ ନାହିଁ । ଭିଡିଓରେ ମଧ୍ୟ ସମ୍ପର୍କ ମଜଭୁତ କରନ୍ତୁ । ଜୀବନରେ ପାର୍ଟନରଙ୍କ ମହତ୍ତ୍ବ ବିଷୟରେ ତାଙ୍କୁ ଜଣାନ୍ତୁ । ଆପଣଙ୍କ ମନରେ କେବଳ ତାଙ୍କ କଥା ଚାଲିଛି । ଆପଣଙ୍କ ମନରେ ସେ ଏକ ଆଲରାମ ପରି ଅଛନ୍ତି ଏହା ତାଙ୍କୁ ଜଣାନ୍ତୁ । ସବୁବେଳେ ବାସ ସେ ହିଁ ମନେ ପଡୁଛନ୍ତି । ଏହାଦ୍ବାରା ସେ ଇମୋସନାଲ ଭାବେ ଆପଣଙ୍କ ସହ ଯୋଡି ରହିବେ ।

ଦୂରତାକୁ କେବେ ସମ୍ପର୍କ ଭିତରେ ଆଣିବାକୁ ଦିଅନ୍ତୁ ନାହିଁ । ଦୂରରେ ଥାଇ ମଧ୍ୟ ପାଖରେ ଥିବା ଭଳି ବ୍ୟବହାର କରନ୍ତୁ । ସବୁବେଳେ ପାର୍ଟନରଙ୍କ ପ୍ରତିଟି ଛୋଟ ଛୋଟ ସମସ୍ୟା ଶୁଣି ତାହାର ସମାଧାନ ବତାନ୍ତୁ । ଦେଖିବେ ତାଙ୍କର ଆପଣଙ୍କ ଉପରେ ବିଶ୍ବାସ ଆସିବ ଏବଂ ସେ ବାରମ୍ବାର ଆପଣଙ୍କୁ ଫୋନ କରି ସମାଧାନ ମାଗିବେ ।

ପାର୍ଟନରଙ୍କ ସହ କିଛି ପୁରୁଣା ସ୍ମୃତି ତାଜା କରନ୍ତୁ । ପୂର୍ବରୁ ଯେପରି ଏକାଠି ଫିଲ୍ମ ଦେଖୁଥିଲେ, କାମ କରୁଥିଲେ, ଗୀତ ଶୁଣୁଥିଲେ ସେପରି କିଛି କାମ କରନ୍ତୁ । ସବୁଠୁ ଭଲ ହେବ ଯଦି ଆପଣ ସାଥୀଙ୍କ ସହ କିଛି ମଜାଦାର ସମୟ କଟାଇବେ । ପରସ୍ପରକୁ ଥଟ୍ଟା କରନ୍ତୁ । ପୁରୁଣା କଥା ମନେପକାନ୍ତୁ । ତାଙ୍କର କିଛି ଅଭ୍ୟାସ ନେଇ ତାଙ୍କୁ ଚିଡାନ୍ତୁ । ଏହା ତାଙ୍କୁ ନିଶ୍ଚିତ କରିବ ଯେ ଆପଣ ଏହି ସମୟ ଭିତରେ ବଦଳିଯାଇନାହାନ୍ତି ।

ତାଙ୍କ ସହ କଥା ହେବା ସମୟରେ ପୁରା ଧ୍ୟାନ ଦିଅନ୍ତୁ । ଏତେ ଦୂରରେ ରହି ଜଣେ ଯଦି ବ୍ୟସ୍ତ ଭିତରୁ ସମୟ ବାହାର କରି କଥା ହେଉଛି ତେବେ ତାହାକୁ ପ୍ରଶଂସା କରନ୍ତୁ । ସେ ସମୟରେ କହନ୍ତୁ ନାହିଁ ଯେ ପଛରେ କଲ କରୁଛି, ଟିକେ ଛାଡି କି ଫୋନ କରୁଛି । ଏପରିକି ଶିଘ୍ର ଶିଘ୍ର ଫୋନ କାଟିଦେବାର ପ୍ରୟାସ ମଧ୍ୟ କରନ୍ତୁ ନାହିଁ । ଏହା ତାଙ୍କୁ ବାଧିପାରେ ଏବଂ ସମ୍ପର୍କରେ ଅଯଥା ଫାଟ ସୃଷ୍ଟି କରିବ ।

କଥା ହେବାର ଏକ ସମୟ ସ୍ଥିର କରିଦିଅନ୍ତୁ । ଏହି ସମୟରେ ସବୁଦିନ କଥା ହେବାକୁ ଚେଷ୍ଟା କରନ୍ତୁ । 5 ମିନିଟ କିମ୍ବା 5 ଘଣ୍ଟା । ଆପଣଙ୍କ ଇଚ୍ଛାନୁସାରେ କଥା ହୁଅନ୍ତୁ । କିନ୍ତୁ କଥା ହେବା ନିଶ୍ଚିତ କରନ୍ତୁ । ନିଜ ବ୍ୟସ୍ତମୟ ଜୀବନରୁ ଏକ ସମୟ ପାର୍ଟନରଙ୍କ ପାଇଁ ରଖି ଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.