ETV Bharat / bharat

ଏହି ମନ୍ଦିରରେ ଏକାଠି ପୂଜା ପାଆନ୍ତି ଶ୍ରୀକୃଷ୍ଣ-ମୀରା... - ଶ୍ରୀକୃଷ୍ଣ

ସମଗ୍ର ଭାରତ ବର୍ଷରେ ପଞ୍ଜାବର ନୁରୁପୁର ଠାରେ ଥିବା ଏକ ମନ୍ଦିରରେ ଶ୍ରୀକୃଷ୍ଣ ଓ ମୀରା ଏକ ସଙ୍ଗରେ ପୂଜା ପାଇଥାନ୍ତି । ସ୍ବାମୀ ବୃଜରାଜ ମନ୍ଦିରରେ ଉଭୟ ଶ୍ରୀକୃଷ୍ଣ ଓ ମୀରାଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 23, 2019, 5:36 PM IST

ସିମଲା: ଆଜି ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଜାରି ରହିଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ସହିତ ଜଡ଼ିତ ଅନେକ ପୌରାଣିକ ଲୋକକଥା ଶୁଣିବାକୁ ମିଳୁଛି । ଭାରତବର୍ଷରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠି କେବଳ ଶ୍ରୀକୃଷ୍ଣ ଓ ମୀରାଙ୍କର ମୂର୍ତ୍ତି ପୂଜା ପାଇଥାନ୍ତି । ମନ୍ଦିରଟି ପଞ୍ଜାବର ନୁରୁପୁର ସହରରେ ରହିଛି ।

ଜନ୍ମାଷ୍ଟମୀ ଅବସରରେ ଏହି ମନ୍ଦିରକୁ ଆଖି ଝଲସେଇ ଦେବାଭଳି ସଜାଯାଇଥାଏ । ଜନ୍ମାଷ୍ଟମୀ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ପୂଜାର୍ଚ୍ଚନା ପାଇଁ । ତେବେ ଜନ୍ମାଷ୍ଟମୀ ପାଇଁ ଏଠାରେ ଏକ ମେଳାର ମଧ୍ୟ ଆୟୋଜନ କରାଯାଇଥାଏ ।

ଜନ୍ମାଷ୍ଟମୀ ଅବସରରେ ଏକ ପୌରାଣିକ କଥାବସ୍ତୁ ମଧ୍ୟ ଶୁଣିବାକୁ ମିଳିଥାଏ । ଚିତ୍ତୋରଗଡ଼ର ରାଜାଙ୍କ ନିମନ୍ତ୍ରଣ ପାଇ ନୁରୁପୁରର ତତ୍କାଳୀନ ରାଜା ଜଗତସିଂହ ରାଜପୁରୋହିତଙ୍କ ସହିତ ରାଜସ୍ଥାନ ଗସ୍ତ କରିଥିଲେ । ରାଜା ଜଗତସିଂହ ଓ ତାଙ୍କ ରାଜପୁରୋହିତଙ୍କୁ ବିଶ୍ରାମ ପାଇଁ ଯେଉଁ ଘର ଦିଆଯାଇଥିଲା, ଉକ୍ତ ଘରକୁ ଲାଗି ଏକ ମନ୍ଦିର ରହିଥିଲା । ତେବେ ରାଜା ଶୋଇଗଲା ପରେ ଉକ୍ତ ମନ୍ଦିରରୁ ଘୁଙ୍ଗୁରୁ ଓ ବୀଣାର ଶବ୍ଦ ଶୁଣିବାକୁ ମିିଳିଥିଲା ।

ଅଧିକ ପଢନ୍ତୁ: ମା' ଅମକା-ଝମକା ମନ୍ଦିର, ଏଠାରୁ ରୁକ୍ମିଣୀଙ୍କୁ ଅପହରଣ କରିଥିଲେ ଶ୍ରୀକୃଷ୍ଣ

ରାଜା ଯେବେ ବାହାରକୁ ଚାହିଁ ଦେଖିଥିଲେ, ତେବେ କୃଷ୍ଣଙ୍କ ମୂର୍ତ୍ତି ସାମ୍ନାରେ ଜଣେ ମହିଳାଙ୍କୁ ଗୀତ ଗାଉଥିବାର ଦେଖିବାକୁ ପାଇଥିଲେ । ତେବେ ଏ ସମ୍ପର୍କରେ ରାଜା ତାଙ୍କ ରାଜପୁରୋହିତଙ୍କୁ କହିଥିଲେ । ରାଜା ଜଗତ ସିଂହ ଯେତେବେଳେ ନିଜ ରାଜ୍ୟକୁ ଫେରିଲେ, ସେତେବେଳେ ଚିତ୍ତୋରଗଡ଼ ରାଜା ମୌଲାଶ୍ରୀର ଏକ ଗଛ ସହିତ ଶ୍ରୀକୃଷ୍ଣଙ୍କ ଏକ ମୂର୍ତ୍ତି ଉପହାର ସ୍ବରୁପ ଦେଇଥିଲେ ।

ସେଠାରୁ ଫେରିବା ପରେ ନିଜ ଘରେ ଉକ୍ତ ମୂର୍ତ୍ତିକୁ ସ୍ଥାପନ କରିଥିଲେ । ସେବେଠାରୁ ଉଭୟ ମୀରା ଓ ଶ୍ରୀକୃଷ୍ଣଙ୍କର ମନ୍ଦିର ଏଠାରେ ପୂଜା ପାଇ ଆସୁଥିବା ଜଣାପଡ଼ିଛି । ଏହା ସହିତ ସେତେବେଳେ ରାଜା ମନ୍ଦିରର କାନ୍ଥରେ ବିଭିନ୍ନ କୃଷ୍ଣଲୀଳାମାନ ଆଙ୍କିଥିଲେ ।

ଜନ୍ମାଷ୍ଟମୀ ଆସିଲେ ଏଠାରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳେ । ଲକ୍ଷାଧିକ ଭକ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଆସୁଥିବା ବେଳେ ମନ୍ଦିର ମଧ୍ୟ ବୁଲି ଦେଖିଥାନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.