ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ରେଳବାଇର ବଡ ନିଷ୍ପତ୍ତି । 28 ଅକ୍ଟୋବରରୁ ଶତାବ୍ଦୀ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କଲା ଭାରତୀୟ ରେଳବାଇ । ରେଳବାଇ ଯାତ୍ରୀମାନଙ୍କ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଭୁଜ୍ ଏବଂ ବରେଲି ମଧ୍ୟରେ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରିଛି । ଟ୍ରେନ୍ ନଂ ୦୨୦୦୯/୦୨୦୧୦ ମୁମ୍ବାଇ ସେଣ୍ଟ୍ରାଲ-ଅହମ୍ମଦାବାଦ ସ୍ପେଶାଲ ଶତାବ୍ଦୀ ଏକ୍ସପ୍ରେସ ରବିବାରକୁ ଛାଡି ଅନ୍ୟ ସବୁ ଦିନ ଚାଲିବ । ଏହି ଟ୍ରେନ୍ ମୁମ୍ବାଇ ସେଣ୍ଟ୍ରାଲରୁ ୬ଟା ୩୦ମିନିଟ୍ ରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ । ସେହିଦିନ ୧୨ଟା ୪୫ ମିନିଟ୍ ରେ ଅହମ୍ମଦାବାଦରେ ପହଞ୍ଚିବ । ସେହିଭଳି ପ୍ରତ୍ୟାବର୍ତ୍ତନ ଯାତ୍ରୀରେ ଟ୍ରେନ୍ ନଂ ୦୨୦୧୦ ଅହମ୍ମଦାବାଦରୁ ୨ଟା ୪୫ମିନିଟ୍ ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରବ । ସେହିଦିନ ୯ଟା ୨୦ ମିନିଟ୍ ମଧ୍ୟରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିବ ।
ଏହି ଟ୍ରେନ୍ ଯାତ୍ରା ସମୟରେ ଉଭୟ ଦିଗରେ ବୋରିଭାଲି, ଭାପି, ସୁରଟ, ଭାରୁଚ, ଭଦୋଦରା, ଆଣ୍ଡଦ ଏବଂ ନଡିଆଦ ଷ୍ଟେସନରେ ଅଟକିବ । ଏହି ଟ୍ରେନରେ ଏସି ଏକ୍ସିକ୍ୟୁଟିଭ୍ ଚେୟାର କାର ଏବଂ ଏସି ଚେୟାରକାର କୋଚ ରହିବ । ଏହି ଟ୍ରେନ୍ ଯାତ୍ରା ସମୟରେ ଗାନ୍ଧୀଧାମ ବି.ଜି, ସମାଖ୍ୟାଲି ବି.ଜି, ଭିଲଡି, ପଲାନପୁର ଜଂ, ଆବୁ ରୋଡ, ଫାଲନା, ମାରଓ୍ବାଡ ଜଂ, ବ୍ୟାବର, ଆଜମେର ଜଂ, କିଶନଗଡ, ନରୈନା, ଫୁଲେରା ଜଂ, ଜୟପୁର, ଗାନ୍ଧୀନଗର ଜୟପୁର, ଦୋସା, ବାନ୍ଦିକୁଇ ଜଂ, ରାଜଗଡ, ଅଲବର, ଖୈରଥଲ, ରେଓ୍ବାଡୀ ଜଂ ପଟୌଦୀ ରୋଡ, ଗଢି ହରସରୁ, ଗୁଡଗାଓଁ, ପାଲମ, ଦିଲ୍ଲୀ କ୍ୟାଣ୍ଟ, ଦିଲ୍ଲୀ ସରାୟ ରୋହିଲା, ଦିଲ୍ଲୀ ଜଂ, ଗାଜିଆବାଦ, ପିଲଖୁଆ, ହାପୁଡ, ଗଜରୌଲା ଜଂ, ଅମରୋହା, ମୋରଦାବାଦ, ରାମପୁର ତଥା ଏବଂ ମିଲକ ଷ୍ଟେସନରେ ଅଟକିବ । ଏହି ଟ୍ରେନରେ ଏସି ୨ ଟାୟର, ଏସି ୩ ଟାୟର, ସ୍ଲିପର ଏବଂ ସେକେଣ୍ଡ କ୍ଲାସ ସିଟିଂ କୋଚ ରହିବ ।
ଦ୍ବିତୀୟ ଟ୍ରେନ ଭୁଜଠାରୁ ବରେଲି ଯାଏଁ ଟ୍ରେନ ନମ୍ବର ୦୪୩୧୨ ଭୁଜ୍-ବରେଲି ସ୍ପେଶାଲ ଟ୍ରେନ ପ୍ରତ୍ୟେକ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ଦିନ ୨ଟା ୫ମିନିଟରେ ଛାଡିବ, ଯାହା ପରଦିନ ୨ଟା ୩୫ମିନିଟରେ ବରେଲିରେ ପହଞ୍ଚିବ । ଏହି ଟ୍ରେନ ୨୬ ଅକ୍ଟୋବରରୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟାବର୍ତ୍ତନରେ ୦୪୩୧୧ ଟ୍ରେନ୍ ନମ୍ବର ବରେଲି-ଭୁଜ ସ୍ପେଶାଲ ଟ୍ରେନ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ୬ଟା ୩୫ ମିନିଟରେ ବରେଲି ଛାଡିବ ଏବଂ ପରଦିନ ସକାଳ ୧୨ଟା ୫ମିନିଟରେ ଭୁଜରେ ପହଞ୍ଚିବ । ଏହି ଟ୍ରେନ ୨୭ ଅକ୍ଟୋବରରୁ ୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଚଳାଚଳ କରିବ ।