ETV Bharat / bharat

ଗୋବର୍ଦ୍ଧନ ପୂଜା ପାଇଁ ସଜବାଜ ବଜାର

author img

By

Published : Oct 27, 2019, 1:08 PM IST

ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରିଥାନ୍ତି କୃଷକ । ଗୋମାତାଙ୍କୁ ଫୁଲ, ଚନ୍ଦନ ଓ ସିନ୍ଦୁର ଦେଇ ସଜାଇବା ସହ ବିଶେଷ ଖାଦ୍ୟ ତିଆରି କରି ଖୁଆଇ ଗୋବର୍ଦ୍ଧନ ପୂଜା ପାଳିଥାଏ କୃଷକ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରାୟପୁର: ଛତିଶଗଡରେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା କରାଯାଇଥାଏ । ଏହି ଦିନ କୃଷକ ତାର ଗାଇ, ମଇଁଷି, ଛେଳି, ମେଣ୍ଢା ମାନଙ୍କୁ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ମାଳ ଦେଇ ସଜେଇ ପୂଜା କରିଥାଏ । କାରଣ ହିନ୍ଦୁ ଧର୍ମରେ ଗାଇକୁ ଆମେ ମା' ବୋଲି ମଧ୍ୟ ମାନିଥାଉ । ତେଣୁ ତାଙ୍କର ପୂଜା କରିବା ଦ୍ବାରା ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନାମୁତାବକ, ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗୋବର୍ଦ୍ଧନ ପୂଜାକୁ ଅତି ଆଡମ୍ବର ସହକାରେ ପାଳନ କରିବା ପାଇଁ ଅପିଲ କରିଛନ୍ତି । ଯେଉଁଥିପାଇଁ ଦୋକାନ ମାନଙ୍କରେ ଗାଇଗୋରୁ ମାନଙ୍କୁ ସଜାଇବା ନେଇ ବିଭିନ୍ନ ପ୍ରକାରର ମୟୂର ପୁଚ୍ଛ ଲାଗିଥିବା ଦୌଡି ଉପଲବ୍ଧ ହେଉଛି । ଏହା ବ୍ୟତୀତ ବିଭିନ୍ନ ପ୍ରକାରର ମାଳି, କୌଡି ଓ ଘଣ୍ଟି ଲାଗିଥିବା ପଘାର ବେଶ ଚାହିଦା ରହିଛି ।

ତେବେ ଦୀପାବଳି ଉତ୍ସବରେ ସମସ୍ତେ ସୁନା ରୂପାର ଅଳଙ୍କାର ଓ ସାମଗ୍ରୀ କିଣି ପୂଜା କରୁଥିବାବେଳେ ଛତିଶଗଡରେ ପଶୁ ପାଳକ ଓ କୃଷକ ମାନେ ଅତି ଶ୍ରଦ୍ଧାର ସହକାରେ ସେମାନଙ୍କ ଗାଇଗୋରୁଙ୍କୁ ପୂଜା କରିଥାନ୍ତି । ସହରମାନଙ୍କରେ ମିଠା ବାଣ୍ଟି ବାଣ ଫୁଟାଇ ଦୀପାବଳି ଉତ୍ସବ ପାଳନ କରୁଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ଗୋମାତାଙ୍କୁ ସଜେଇ, ଫୁଲ, ଚନ୍ଦନ ଓ ସିନ୍ଦୁର ଦେଇ ବିଶେଷ ଖାଦ୍ୟ ତିଆରି କରି ଖୁଆଇ ଗୋବର୍ଦ୍ଧନ ପୂଜା କରିଥାନ୍ତି ।

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.