ଯୋଧପୁର: ପୁରା ବିଶ୍ବ କୋରୋନା ସହ ଲଢେଇ କରୁଛି । ହେଲେ କୋରୋନାର କାୟା ବଢୁଛି ସିନା କମିବାରେ ନାଁ ଧରୁନି । ପ୍ରତ୍ୟେକ ଦିନ ଅଧିକ ମାତ୍ରାରେ ପଜିଟିଭ ସଂଖ୍ୟା ସହ ମୃତକଙ୍କ ସଂଖ୍ୟାର ଗ୍ରାଫ ବି ବଢିବାରେ ଲାଗିଛି । ହେଲେ ଏହାକୁ ପ୍ରତିହତ କରିବା ସହ କିଭଳି ଲୋକଙ୍କ ଜୀବନ ବଞ୍ଚିବ ସେଥିପାଇଁ ଆଗ ଧାଡିର ଯୋଦ୍ଧା ଓ ଟେକ୍ନିସିଆନ ମାନେ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଏହାରି ମଧ୍ୟରେ କୋରୋନା ଭୂତାଣୁରେ ଅନେକ ଯୋଦ୍ଧା ସଂକ୍ରମିତ ହୋଇ ପ୍ରାଣ ବି ହାରିସାରିଲେଣି । ହେଲେ ଯୋଦ୍ଧାଙ୍କୁ ବଞ୍ଚାଇବାକୁ ଯୋଧପୁର ସ୍ବାସ୍ଥ୍ୟ ବିଭାଗ ଲ୍ୟାବ ଟେକ୍ନିସିଆନଙ୍କ ପାଇଁ ଏକ ଅଭିନବ ଜ୍ୟାକେଟ ନିର୍ମାଣ କରିଛନ୍ତି । ଏହି ଜ୍ୟାକେଟର ବୈଶିଷ୍ଟ ହେଉଛି ଏହାର ଭିତର ଭାଗରେ ପୁରା ପିପିଇ କିଟ୍ ରହିଛି । ଯାହା DRDO ଡିଜାଇନ କରିଥିବା ଜଣାପଡିଛି ।
ଏହି ଜ୍ୟାକେଟ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବା ସହ ଅନେକ କ୍ଷେତ୍ରରେ ସାହାଯ୍ୟ ମଧ୍ୟ କରିବ ବୋଲି କହିଛନ୍ତି ସିଏମଓ ବଲୱନ୍ତ ମନ୍ଦା । ତେବେ ରାଜସ୍ଥାନରେ ପ୍ରତିଦିନ ସଂକ୍ରମଣକୁ ନଜରରେ ରଖି ଏଭଳି ଏକ ଜ୍ୟାକେଟ ତିଆରି କରାଯାଇଛି ବୋଲି କୁହାଯାଇଛି । ଏବେ ସମ୍ପୃକ୍ତ ରାଜ୍ୟରେ 7 ଲକ୍ଷ 93 ହଜାର 802 ଟି କେସ ରହିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
@ ANI