ETV Bharat / bharat

ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ବର ଟୁଡୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Oct 21, 2020, 9:33 PM IST

ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶ୍ବେଶ୍ଵର ଟୁଡୁଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ମୟୂରଭଞ୍ଜ ପ୍ରତିନିଧି ମୃତ୍ୟୁଞ୍ଜୟ ସେନାପତି। ଅଧିକ ଦେଖନ୍ତୁ...

ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ବର ଟୁଡୁଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ବାରିପଦା: ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ବର ଟୁଡୁ ନୂତନ ଭାବେ ରାଷ୍ଟ୍ରୀୟ ସମ୍ପାଦକ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ମୟୂରଭଞ୍ଜବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ରାଜ୍ୟରେ କିପରି ବିଜେପି ସରକାର ଗଠନ କରିବ ସେଥିପାଇଁ ରାଜ୍ୟରେ ବିଜେପିକୁ ମଜବୁତ କରିବା ପାଇଁ ଚେଷ୍ଟା କରିବେ । ତେବେ ରାଷ୍ଟ୍ରୀୟ ସମ୍ପାଦକ ପଦ ପାଇବା ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ବିକାଶରେ ଧାରା ଜାରି ରହିବ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ, ରେଳର ବିକାଶ ସହ ଜିଲ୍ଲାରେ ଥିବା ସର୍ବବୃହତ ଅମରଦା ଏୟାରଷ୍ଟ୍ରିପର ପୁନଃରୁଦ୍ଧାର ପାଇଁ କାମ କରିବେ । ଜିଲ୍ଲାରେ ରେଳର ବିକାଶ କ୍ଷେତ୍ରରେ ନୂତନ ରେଳ ଲାଇନ ବୁଢ଼ାମରା-ଚାକୁଳିଆ, ବାଙ୍ଗରିପୋଷିରୁ ଗୋରୁମହିଷାଣି, ବାଦାମ ପାହାଡ଼-କେନ୍ଦୁଝର ରେଳ ଲାଇନ ସଂଯୋଗୀକରଣ ପାଇଁ ଆଗକୁ ଚେଷ୍ଟା ଜାରି ରଖିବେ । ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ଆଗକୁ ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ, ଦୁଇଟି ଏନଏସି, ଦୁଇଟି ମ୍ୟୁନିସପାଲିଟିରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକ୍ଷମ କରାଇ ୧୦ ହଜାର ଲୋକଙ୍କୁ କାମ ଦେବାକୁ ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୁରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଲକ୍ଷ୍ୟ ରଖିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.