ETV Bharat / bharat

ସ୍ବତନ୍ତ୍ର ବିମାନରେ ଭୂଟାନ ଫେରିଲେ 134 ଛାତ୍ର - କୋରୋନା ଭାଇରସ ଲକଡାଉନ

କୋରୋନା ଲକଡାଉନ ପାଇଁ ଜଳନ୍ଧରର ଲଭଲି ପ୍ରଫେସନାଲ ୟୁନିଭରସିଟି ହଷ୍ଟେଲରେ ଫସି ରହିଥିବା 134 ଜଣ ଭୂଟାନ ଛାତ୍ର ନିଜ ଦେଶକୁ ଫେରିଛନ୍ତି । ଅଧିକ ପଢନ୍ତୁ...

Special flight evacuates 134 Bhutanese students stranded in Punjab
ସ୍ବତନ୍ତ୍ର ବିମାନରେ ଭୁଟାନ ଫେରିଲେ 134 ଛାତ୍ର
author img

By

Published : Apr 13, 2020, 3:56 PM IST

ଚଣ୍ଡିଗଡ: କୋରୋନା ଲକଡାଉନ ପାଇଁ ଜଳନ୍ଧରର ଲଭଲି ପ୍ରଫେସନାଲ ୟୁନିଭରସିଟି ହଷ୍ଟେଲରେ ଫସି ରହିଥିବା 134 ଜଣ ଭୂଟାନ ଛାତ୍ର ନିଜ ଦେଶକୁ ଫେରିଛନ୍ତି । ଭୁଟାନ ସରକାରଙ୍କ ଦ୍ବାରା ପଠାଯାଇଥିବା ଏକ ସ୍ବତନ୍ତ୍ର ବିମାନରେ ସେମାନ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏନେଇ ପଞ୍ଜାବ ସ୍ବତନ୍ତ୍ର ମୁଖ୍ୟ ସଚିବ କେବିଏସ ସିଦ୍ଧୁ ପ୍ରକାଶ କରିଛନ୍ତି ।

ପଞ୍ଜାବ ସ୍ବତନ୍ତ୍ର ମୁଖ୍ୟ ସଚିବ କେବିଏସ ସିଦ୍ଧୁ ଟ୍ବିଟରରେ ଲେଖିଛନ୍ତି, ‘ଲଭଲି ପ୍ରଫେସନାଲ ୟୁନିଭରସିଟିର ଫାଗୱାରା-ଜଲନ୍ଧର ହଷ୍ଟେଲରେ ଫସି ରହିଥିବା 134 ଜଣ ଭୁଟାନ ଛାତ୍ରଙ୍କୁ ଭୂଟାନ ସରକାରଙ୍କ ଦ୍ବାରା ପଠାଯାଇଥିବା ଏକ ସ୍ବତନ୍ତ୍ର ବିମାନରେ ଭୁଟାନ ଯିବାକୁ ଅନୁମତି ଦିଆଯାଇଛି । ’ଗତ ସପ୍ତାହରେ, କୋରୋନା ଭାଇରସ ଲକଡାଉନ କାରଣରୁ ଭାରତରେ ଫସି ରହିଥିବା ଭୁଟାନ ନାଗରିକଙ୍କୁ ସ୍ଥାନାନ୍ତର କରିବାରେ ସହଯୋଗ କରିଥିବାରୁ ଭୁଟାନ ସରକାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।

କିଛିଦିନ ମଧ୍ୟରେ ଭୁଟାନ ଭାରତରେ ରହୁଥିବା ଅନେକ ଲୋକଙ୍କୁ ଦେଶକୁ ସ୍ଥାନାନ୍ତର କରିଛି । ଏହା ସହ କୋରୋନା ସଂକ୍ରମଣ ରୋକିବାକୁ ଗତ ମାସରେ ଭାରତ ସହିତ ଏହାର ସୀମାକୁ ସିଲ୍ କରିଛି । ଭାରତରେ ଏପ୍ରିଲ 14 ପର୍ଯ୍ୟନ୍ତ 21 ଦିନିଆ ଲକଡାଉନ ରହିଥିବା ବେଳେ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖିଛି । ଭୁଟାନ କରିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଯୋଗାଣ ଅନୁରୋଧକୁ ଭାରତ ପୂରଣ କରିଛି । ଭୁଟାନକୁ ଦୁଇ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ମିଳିଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୂଟାନରେ ପାଞ୍ଚଟି କୋରୋନା ଭାଇରସ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଅନ୍ୟପକ୍ଷରେ COVID-19 ମୁକାବିଲା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରସ୍ତାବିତ ସାର୍କ ଜରୁରୀକାଳୀନ ପାଣ୍ଠି ପାଇଁ ଥିମ୍ଫୁ 100,000 ଡଲାର ପ୍ରଦାନ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.