ETV Bharat / bharat

ଆତଙ୍କୀ ଆକ୍ରମଣ ପଣ୍ଡ: ଅସ୍ତ୍ରଶସ୍ତ୍ର ସହ 4 କାଶ୍ମୀର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ - କାଶ୍ମୀରୀ ଯୁବକଙ୍କୁ ଅସ୍ତ୍ରଶସ୍ତ୍ର

ବଡଧରଣର ଆତଙ୍କୀ ଆକ୍ରମଣକୁ ପଣ୍ଡ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ରାଜଧାନୀ ଦିଲ୍ଲୀରେ 4 କାଶ୍ମୀର ଯୁବକଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ।

ଅସ୍ତ୍ରଶସ୍ତ୍ର ସହ 4 କାଶ୍ମୀରୀ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ

author img

By

Published : Oct 3, 2020, 9:16 PM IST

ନୂଆଦିଲ୍ଲୀ: ବଡଧରଣର ଆତଙ୍କୀ ଆକ୍ରମଣକୁ ପଣ୍ଡ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ରାଜଧାନୀ ଦିଲ୍ଲୀରେ 4 କାଶ୍ମୀର ଯୁବକଙ୍କୁ ଅସ୍ତ୍ରଶସ୍ତ୍ର ସହ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ।

ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ ଦେଶର ରାଜଧାନୀରେ କିଛି କାଶ୍ମୀର ଯୁବକ ଅସ୍ତ୍ରଶସ୍ତ୍ର ସହ ବୁଲୁଥିବା ବେଳେ ଗିରଫ କରିଛି । ଏମାନେ ସମସ୍ତେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେମାନଙ୍କ ନିକଟରୁ 4 ପିସ୍ତଲ ସହିତ 120 ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକଙ୍କ ମଧ୍ୟରୁ ଜଣେ ହେଲେ ଇଶଫାକ ମାଜିଦ କୋକା । ସେ କାଶ୍ମୀରର କୁଖ୍ୟାତ ଆତଙ୍କବାଦୀ ବୁରହାନ କୋକାର ବଡ ଭାଇ ।

ଗୁଇନ୍ଦା ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ସେଲ ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା ।

ସେପ୍ଟେମ୍ବର 27ରେ 4 କାଶ୍ମୀର ଯୁବକ କିଙ୍ଗପିନଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଆସିଥିଲେ ଏବଂ ପହରଗଞ୍ଜରେ ଲୁଚି ରହିଥିଲେ । ଅସ୍ତ୍ରଶସ୍ତ୍ର କିଣିବା ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା । ଏଠାରେ ସେ ଅସ୍ତ୍ରଶସ୍ତ୍ର କିଣି ଆତଙ୍କବାଦୀ ଆକ୍ରମଣ କରିବା ସୁଯୋଗ ଖୋଜୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.