ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ନାଟକ ଶେଷ ହେବାର ନା ନେଉନି । ଏହି ନାଟକ ଏବେ ମହାରାଷ୍ଟ୍ରରୁ ନେଇ ଦିଲ୍ଲୀ ଓ ଗୋଆ ପର୍ଯ୍ୟନ୍ତ ବ୍ୟାପି ଗଲାଣି ।
ରାଜ୍ୟରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ସ୍ଥିତିରେ ଥିବାବେଳେ ସମସ୍ତଙ୍କ ନଜର ଏବେ ବାଚସ୍ପତିଙ୍କ ଉପରେ ରହିଛି । ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି କିଛି ନିଷ୍ପତ୍ତି ନେଇପାରନ୍ତି । ଅନ୍ୟ ପକ୍ଷରେ ବିଧାୟକଙ୍କ ଇସ୍ତଫା ସ୍ବୀକାର ନ କରିବାକୁ କଂଗ୍ରେସ ବାଚସ୍ପତିଙ୍କୁ କହିଛି ।
ଏହି ସ୍ଥିତିରେ ସରକାର ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା ଜାରି ରଖିଥିବା କଂଗ୍ରେସ ମଙ୍ଗଳବାର ନିଜ ବିଧାୟକ ଦଳ ବୈଠକ ଡାକିଛି ।