ETV Bharat / bharat

ରୋବୋଟିକ ଡିଭାଇସ ବିକଶିତ କଲା ସେଣ୍ଟ୍ରାଲ ରେଲୱେ ଜୋନ - ସେଣ୍ଟ୍ରାଲ ରେଳୱେ ଜୋନ

କୋରୋନା ସଙ୍କଟ ମଧ୍ୟରେ ଡାକ୍ତରଖାନା ପରିଚାଳନା କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ରୋବୋଟିକ ଡିଭାଇସ ବିକଶିତ କରିଛନ୍ତି ସେଣ୍ଟ୍ରାଲ୍ ରେଲୱେ ଜୋନ୍ ।

robotic device
ରୋବୋଟିକ ଡିଭାଇସ ବିକଶିତ କଲେ ସେଣ୍ଟ୍ରାଲ ରେଳୱେ ଜୋନ
author img

By

Published : May 17, 2020, 10:45 AM IST

ନୂଆଦିଲ୍ଲୀ: ରୋବୋଟିକ ଡିଭାଇସ ବିକଶିତ କଲେ ସେଣ୍ଟ୍ରାଲ ରେଲୱେ ଜୋନ। କୋରୋନା ସଙ୍କଟ ମଧ୍ୟରେ ଡାକ୍ତରଖାନା ପରିଚାଳନା କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ରୋବୋଟିକ ଡିଭାଇସ ବିକଶିତ କରିଛନ୍ତି ସେଣ୍ଟ୍ରାଲ୍ ରେଲୱେ ଜୋନ୍ ।

ହାଇଦ୍ରାବାଦ ଡିଭିଜନ୍, ଏସଆରସି ଏବଂ ତାଙ୍କ ଟିମ୍ ଅତିରିକ୍ତ ଡିଭିଜନାଲ ରେଳ ମ୍ୟାନେଜର ହେମ ସିଂ ବାନୋଥଙ୍କ ଦ୍ବାରା ବିକଶିତ ହୋଇଥିବା ଏହି ରୋବୋଟିକ ଡିଭାଇସ ପାଇଁ ଏସସିଆର ଜେନେରାଲ୍ ମ୍ୟାନେଜର ତଥା ଜୋନ ମୁଖ୍ୟ ଗଜାନନ ମାଲ୍ୟା ତାଙ୍କୁ ପ୍ରଂଶସା କରିଛନ୍ତି ।

ଏହି ରୋବୋଟିକ ଡିଭାଇସ ମେଡିକାଲ ଚିକିତ୍ସା ସେବାପାଇଁ ଏକ ଉପଯୁକ୍ତ ମାଧ୍ଯମ ହେବ । ସାଧାରଣତଃ କୋରୋନା ପରିସ୍ଥିତି ପାଇଁ ସହାୟକ ହେବ ବୋଲି ମାଲ୍ୟା କହିଥିବା ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଏକ ପ୍ରେସ ବିଜ୍ଞପ୍ତି କୁହାଯାଇଛି । ସିକନ୍ଦରାବାଦ ଲାଲାଗୁଡା ସେଣ୍ଟ୍ରାଲ୍ ରେଲୱେ ହସ୍ପିଟାଲରେ ବ୍ୟବହାର ହେବା ପୂର୍ବରୁ ଏହି ଆର-ବିଓଟି ଉପରେ ବ୍ୟାପକ ପରୀକ୍ଷା କରାଯାଇଥିଲା।

କୌଣସି ଶାରିରୀକ କଣ୍ଟାକ୍ଟ ବିନା ଆର-ବିଓଟି ମେଡିସିନ ଯୋଗାଇବା, ଚିକିତ୍ସା ସାମଗ୍ରୀ ଏବଂ ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବ୍ୟବହୃତ ହେଉଛି । ଏହା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣ ବିପଦରୁ ଦୂରରେ ରଖିବାରେ ସକ୍ଷମ ହେବ । ଏହି ଆର-ବିଓଟି ସ୍ବତନ୍ତ୍ର ମୋବାଇଲ ଆପ ଏବଂ ୱାଇ-ଫାଇ ସୁବିଧା ଦ୍ୱାରା ଚାଲିବ । ଆର-ବିଓଟି ସେନ୍ସର ଫିଚର ଆଧାରରେ ରୋଗୀଙ୍କ ଶରୀରର ତାପମାତ୍ରା ଜାଣିପାରି ଏହି ତାପମାତ୍ରାକୁ ମୋବାଇଲ ଡିସପ୍ଲେରେ ଦେଖାଇବାରେ ସକ୍ଷମ ହେବ ।

ଏଥିସହ କୌଣସି ରୋଗୀର ଅସ୍ୱାଭାବିକ ଉଚ୍ଚ-ତାପମାତ୍ରା ବଢିଲେ ଏହି ଆର-ବିଓଟି ଆଲାରାମ ବଜାଇ ରୋଗୀକୁ ମେଡିସିନ ଦେବାରେ ସକ୍ଷମ ଅଟେ । ଏହି ଆର-ବିଓଟି ଦୁଇ ପ୍ରକାର କାମ କରେ । ଗୋଟିଏ ହେଲା ଅଡିଓ ଏବଂ ଅନ୍ୟଟି ଭିଡିଓ ଯୋଗାଯୋଗ ଭାବରେ କାର୍ଯ୍ୟ କରିଥାଏ । ଯାହା ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ଯୋଗାଯୋଗ କରିବାରେ ସହାୟକ ହୋଇଥାଏ । ସଂପୂର୍ଣ୍ଣ ଅନ୍ଧକାରରେ ମଧ୍ୟ ଯୋଗାଯୋଗକୁ ସକ୍ଷମ କରିବା ପାଇଁ ଏହା ଜରୁରୀକାଳୀନ ନାଇଟ୍ ଲ୍ୟାମ୍ପ ଏବଂ ନାଇଟ୍ ଭିଜନ ସହିତ ଇନଫ୍ରାଡ୍ ଟେକ୍ନୋଲୋଜି ବ୍ୟବହାର କରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.