ETV Bharat / bharat

ଆଜି ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ସୋନିଆ ଗାନ୍ଧୀ - ସୋନିଆ ଗାନ୍ଧୀ

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନା ଭାଇରସ ପରିସ୍ଥିତି ଏବଂ ମହାମାରୀର ମୁକାବିଲା ପାଇଁ କରାଯାଇଥିବା ଯୋଜନା ଉପରେ ଆଲୋଚନା କରିବେ ।

corona
ଆଜି ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ସୋନିଆ ଗାନ୍ଧୀ
author img

By

Published : May 6, 2020, 11:17 AM IST

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନା ଭାଇରସ ପରିସ୍ଥିତି ଏବଂ ମହାମାରୀର ମୁକାବିଲା ପାଇଁ କରାଯାଇଥିବା ଯୋଜନା ଉପରେ ଆଲୋଚନା କରିବେ । ଏନେଇ ଏକ ବିଶେଷ ସୁତ୍ରରୁ ସୂଚନା ମିଳିଛି । ସେ କହିଛନ୍ତି ଯେ, ସୋନିଆ ଗାନ୍ଧୀ ବୁଧବାର ସକାଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ।

ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ତଥା ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ଗ୍ରହଣ କରିଥିବା ପଦକ୍ଷେପ ଉପରେ ମଧ୍ୟ କଂଗ୍ରେସ ସଭାପତି ଆଲୋଚନା କରିବେ।

ଦେଶରେ ପ୍ରାୟ ବହୁ ରାଜ୍ୟ ଏପରି ଅଛନ୍ତି ଯେଉଁଠାରେ କଂଗ୍ରେସ କ୍ଷମତାରେ ଅଛି । ଏଥିରେ ପଞ୍ଜାବ, ରାଜସ୍ଥାନ, ଛତିଶଗଡ, ପଣ୍ଡୀଚେରୀ, ମହାରାଷ୍ଟ୍ର, ଝାଡଖଣ୍ଡ ଭଳି ରାଜ୍ୟ ଅନ୍ତର୍ଭୁକ୍ତ। ଏହିସବୁ ରାଜ୍ୟରେ କୋରୋନା ଭାଇରସ ପ୍ରଭାବ ଦେଖାଯାଉଛି । ତେବେ ବିଗତ କିଛି ଦିନ ହେବ ସୋନିଆ ଗାନ୍ଧୀ କୋରୋନା ଭାଇରସ ସହ ଜଡିତ ଥିବା ଘଟଣାକୁ ନେଇ ଆକ୍ଟିଭ ଥିବା ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉକି, ଗତ ସୋମବାର ସୋନିଆ ଗାନ୍ଧୀ ଘରକୁ ଫେରୁଥିବା ଶ୍ରମିକମାନଙ୍କ ପାଇଁ ଟ୍ରେନ୍ ଟିକେଟ୍ ଖର୍ଚ୍ଚ ଦେବାକୁ ଘୋଷଣା କରିଛନ୍ତି। ସୋନିଆ ଗାନ୍ଧୀଙ୍କ ଘୋଷଣା ପରେ କଂଗ୍ରେସ ଦଳର ପ୍ରତ୍ୟେକ ବଡ ନେତା ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାପୂର୍ବରୁ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟ କମିଟିର ଏକ ବୈଠକ ହୋଇଥିଲା ଯେଉଁଥିରେ ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.