ହାଇଦ୍ରାବାଦ: 73 ବର୍ଷରେ ପାଦ ଦେଲେ କଂଗ୍ରେସ ଅନ୍ତରୀଣ ଅଧକ୍ଷ ସୋନିଆ ଗାନ୍ଧୀ । ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଦୁଷ୍କର୍ମ ପ୍ରତିବାଦରେ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତି ନେଇଛନ୍ତି ସୋନିଆ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଯୋଗେ ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ମୋଦି ଲେଖିଛନ୍ତି, ‘ଶ୍ରୀମତି ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଭଗବାନଙ୍କ ନିକଟରେ ତାଙ୍କର ନିରାମୟ ଜୀବନ କାମନା କରୁଛି ।’ ସେହିପରି କଂଗ୍ରେସ ଦଳ ମଧ୍ୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି । କଂଗ୍ରେସର ଟ୍ବିଟର ଆକାଉଣ୍ଟରେ ଲେଖାଯାଇଛି, ସୋନିଆ ଗାନ୍ଧୀ ଆମର ଶକ୍ତି ଓ ଆମର ମହାନ ନେତ୍ରୀ । ସେହି ମହାନ ମହିଳାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ତେବେ ଏମାନଙ୍କ ବ୍ୟତୀତ ବରିଷ୍ଟ କଂଗ୍ରେସ ନେତ୍ରୀ କୁମାରୀ ସେଲଜା, ମନୀଷ ତିୱାରୀ, ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ମିଲିନ୍ଦ ଦେଓରା ଆଦି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।