ETV Bharat / bharat

କାର୍ଯ୍ୟକାଳ ବଢିବା ପରେ ଆକ୍ଟିଭ ସୋନିଆ ଗାନ୍ଧୀ, ଡକାଇଲେ ବୈଠକ

author img

By

Published : Aug 26, 2020, 11:16 AM IST

Updated : Aug 26, 2020, 11:21 AM IST

ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ବଢିବା ପରେ ଏକ ବୈଠକ ଡାକିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟ ସରକାରଙ୍କ ବକେୟା ଜିଏସଟି ଓ ଜେଇଇ-ନିଟ ପରୀକ୍ଷା ଉପରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ...

କାର୍ଯ୍ୟକାଳ ବଢିବା ପରେ ଆକ୍ଟିଭ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସରେ କାର୍ଯ୍ୟକାରିଣୀ କମିଟିର ଉଚ୍ଚସ୍ତରୀୟ ଡ୍ରାମା ପରେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଗୁଲାମ ନବୀ ଆଜାଦଙ୍କୁ ଫୋନ ଯୋଗେ ମନେଇବାକୁ ଚେଷ୍ଟା କରୁଛନ୍ତି । ସେପଟେ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଜି ସୋନିଆ ଗାନ୍ଧୀ କେନ୍ଦ୍ର ସରାକରଙ୍କ ଉପରେ ରାଜ୍ୟ ସରକାରଙ୍କ ବକେୟା ଜିଏସଟି ଓ ଜେଇଇ-ନେଟ ଉପରେ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସମର୍ଥକ ସରକାର ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି ।

ସୋନିଆ ଗାନ୍ଧୀଙ୍କ ଏହି ଭିଡିଓ କନଫରେନ୍ସିଂରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡର ସିଏମ୍ ଭୂପେଶ ସିଂ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ, ପୁଡୁଚେରୀର ସିଏମ୍ ନାରାୟଣସାମୀ, ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକୁର, ଝାଡଖଣ୍ଡର ସିଏମ୍ ହେମନ୍ତ ସୋରେନ୍ ସମେତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ।

ଡାକ୍ତରୀ ଅଧ୍ୟୟନ ପାଇଁ ନିଟ ପରୀକ୍ଷା ଏବଂ ଇଞ୍ଜିନିୟରିଂ ପାଇଁ ଜେଇଇ ପରୀକ୍ଷା 1 ସେପ୍ଟେମ୍ବରରୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଉଭୟ ପରୀକ୍ଷାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ ଦେଇଛନ୍ତି। କଂଗ୍ରେସ ସମେତ ଶିବସେନା ଏବଂ ଟିଏମସି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦର୍ଶାଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି।

ଅନ୍ୟପଟେ, ଜିଏସଟି ପରିଷଦ ଅଗଷ୍ଟ 27 ରେ ବ ବୈଠକ ଅନୁଷ୍ଠିତ ହେବ । କେନ୍ଦ୍ର ସରକାର ରାଜ୍ୟଗୁଡିକର ସମ୍ପୂର୍ଣ୍ଣ ଅଂଶ ପ୍ରଦାନ କରିନାହାଁନ୍ତି। ଅଣ-ଏନଡିଏ ସରକାର ଏହା ଦ୍ୱାରା ଗଭୀର ଭାବରେ ଅସୁବିଧାରେ ପଡିଛନ୍ତି ଏବଂ କୋରୋନା ମହାମାରୀ ସମୟରେ ମଧ୍ୟ କେନ୍ଦ୍ରରୁ ଟଙ୍କା ନ ଦେବା ସେମାନଙ୍କ ପାଇଁ ଏକ ବଡ଼ ପ୍ରସଙ୍ଗ ହୋଇଛି।

ଆଜି ସୋନିଆ ଗାନ୍ଧୀ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକ ବୈଠକ ଡାକିଛନ୍ତି। ତେବେ କୁହାଯାଉଛି ଯେ ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସାମ୍ନାରେ ଏହି ବୈଠକ ଡାକିବାକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିଥିଲେ।

Last Updated : Aug 26, 2020, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.