ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ନିଆଁ ଲାଗିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜନତାଙ୍କ ସ୍ବରକୁ ଦବାଉଥିବା ସୋନିଆ କହିଛନ୍ତି ।
ସୋନିଆ ଗାନ୍ଧୀ କହିଛନ୍ତି, ବିଜେପି ସରକାରର ନୀତି ଦେଶ ବିରୋଧୀ । କଂଗ୍ରେସ ଦେଶର ଲୋକଙ୍କ ହକ ସପକ୍ଷରେ ଛିଡା ହୋଇଛି । ସରକାର ଅସନ୍ତୋଷ ଦବାଇବା ପାଇଁ ଜନତାଙ୍କ କଣ୍ଠରୁଦ୍ଧ କରିବାକୁ ପ୍ରୟାସ କରୁଛି । କଂଗ୍ରେସ ଏହାକୁ କଡା ନିନ୍ଦା କରୁଥିବା ସୋନିଆ ପ୍ରତିକ୍ରିୟା ଦେଇଛନ୍ତି ।
ଶୁକ୍ରବାର କଂଗ୍ରେସର ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲରେ ସୋନିଆଙ୍କ ଏହି ଭିଡିଓ ଜାରି ହୋଇଛି ।