ETV Bharat / bharat

'ଦେଶର ମୂଳ ଆତ୍ମାଙ୍କୁ କୁଠାରଘାତ କରି ଦେଶଭକ୍ତିର ପାଠ ପଢାଉଛନ୍ତି ମୋଦି ସରକାର' - BJP

'ପିପୁଲ୍ସ ଏଜେଣ୍ଡା ଜନ ସରକାର-୨୦୧୯' କାର୍ଯ୍ୟକ୍ରମ ଅନ୍ତର୍ଗତ ସାରା ଦେଶରୁ ଲୋକ ଏକାଠି ହୋଇଥିଲେ । ଶହ ଶହ ସାମାଜିକ ସଙ୍ଗଠନର ଅପିଲରେ ପ୍ରଭାବିତ ହୋଇ ଏହି ଲୋକମାନେ ଆସିଥିଲେ । ଏମାନେ କାରିଗର, ଚାଷୀ, ଦଳିତ ଓ ମହିଳାଙ୍କ ଅଧିକାରଙ୍କୁ ନେଇ ସ୍ବରତ୍ତୋଳନ କରିଛନ୍ତି । ଏହାସହ ବହୁ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଏଠାରେ ପହଞ୍ଚିଥିଲେ ।

ଫାଇଲ ଫଟୋ
author img

By

Published : Apr 6, 2019, 10:33 PM IST

ନୂଆଦିଲ୍ଲୀ: ୨୦୧୪ରୁ ବର୍ତ୍ତମାନ ଯାଏଁ ଅତିକମରେ ୭୫ ଲୋକ ବିନା ଖାଦ୍ୟରେ ଜୀବନ ହରାଇଛନ୍ତି । ମୋଦି ସରକାରଙ୍କ କାର୍ଯ୍ୟକାଳରେ ୧.୧ କୋଟି ଚାକିରୀ ୨୦୧୮ରେ ଶେଷ ହୋଇଛି । 'ବେଟି ବଞ୍ଚାଅ, ବେଟି ପଢାଅ' ଅଭିଯାନର ୫୬ ପ୍ରତିଶତ ଆବଣ୍ଟିତ ଫଣ୍ଡ କେବଳ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ କରାଯାଇଛି । ୨୦୧୫ ଯାଏଁ ଇନ୍ଦିରା ଆବାସ ଯୋଜନା ଅନୁଯାୟୀ ୭୪ ପ୍ରତିଶତ ଦଳିତଙ୍କୁ ଘର ଦିଆଯାଇଛି ଓ ୨୦୧୭-୧୮ ଯାଏଁ ଏହି ସଂଖ୍ୟା ୦.୨ ପ୍ରତିଶତରେ ରହିଥିଲା । ଏପରି କିଛି ତଥ୍ୟ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଶୁଣିବାକୁ ମିଳିଥିଲା ।

'ପିପୁଲ୍ସ ଏଜେଣ୍ଡା ଜନ ସରକାର-୨୦୧୯' କାର୍ଯ୍ୟକ୍ରମ ଅନ୍ତର୍ଗତ ସାରା ଦେଶରୁ ଲୋକ ଏକାଠି ହୋଇଥିଲେ । ଶହ ଶହ ସାମାଜିକ ସଙ୍ଗଠନର ଅପିଲରେ ପ୍ରଭାବିତ ହୋଇ ଏହି ଲୋକମାନେ ଆସିଥିଲେ । ଏମାନେ କାରିଗର, ଚାଷୀ, ଦଳିତ ଓ ମହିଳାଙ୍କ ଅଧିକାରଙ୍କୁ ନେଇ ସ୍ବରତ୍ତୋଳନ କରିଛନ୍ତି । ଏହାସହ ବହୁ ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ଏଠାରେ ପହଞ୍ଚିଥିଲେ ।

ଏହି କ୍ରମରେ ଆଜି(ଶନିବାର) ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ 'ପିପୁଲ୍ସ ଏଜେଣ୍ଡା ଜନ ସରକାର-୨୦୧୯' କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ମୋଦି ସରକାର ଉପରେ ଜୋରଦାର ପ୍ରହାର କରିଛନ୍ତି । 'ଦେଶର ମୂଳ ଆତ୍ମାଙ୍କୁ କୁଠାରଘାତ କରି ଦେଶଭକ୍ତିର ପାଠ ପଢାଉଛନ୍ତି ମୋଦି ସରକାର' ବୋଲି ସିଧା ଆକ୍ରମଣ କରିଛନ୍ତି ସେ ।

ଜାତି, ଧର୍ମ ଓ ବିଚାରଧାରାଗୁଡିକ ଆଧାରରେ ନାଗରିକଙ୍କ ସହ ଭେଦଭାବ କରାଯାଉଛି । ବିଗତ କିଛି ସମୟ ଧରି ଆମ ଦେଶର ମୂଳ ଆତ୍ମାକୁ କୁଠାରଘାତ କରାଯାଉଛି । ଯାହା ଆମ ସମସ୍ତଙ୍କ ପାଇଁ ବହୁତ ଚିନ୍ତାର କଥା ବୋଲି ୟୁପିଏ ଅଧ୍ୟକ୍ଷା କହିଛନ୍ତି । ଏହାସହ ସେ ମୋଦି ସରକାର ସାମ୍ବିଧାନିକ ସଂସ୍ଥାଗୁଡିକ ଶେଷ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି ଯେ ଯେଉଁ ସଂସ୍ଥାଗୁଡିକ ଆମେ ବିକାଶର ଶେଷ ସୀମାରେ ପହଞ୍ଚାଇଛୁ । ସେଗୁଡିକୁ ଜାଣିଶୁଣି ପ୍ରାୟ ପ୍ରାୟ ଶେଷ କରି ଦିଆଯାଇଛି । ୬୫ ବର୍ଷରେ ଅତି ପରିଶ୍ରମ କରି ଗଢା ଯାଇଥିବା ଜନକଲ୍ୟାଣର ମୂଳ ଢାଞ୍ଚା ଓ ସର୍ବ ସମାବେଶର ଭାବନାକୁ ମୋଦି ସରକାର ସଂପୂର୍ଣ୍ଣ ଭାବେ ଧ୍ବଂସ କରିଦେଇଛନ୍ତି । ଆଜି ଦେଶଭକ୍ତିର ନୂଆ ପରିଭାଷା ଗଢାଯାଉଛି । ଜାତି, ଧର୍ମ ଓ ବିଚାରଧାରା ଆଧାରରେ ନିଜ ନାଗରିକଙ୍କ ସହ ଭେଦଭାବକୁ ଉଚିତ ବୋଲି କୁହାଯାଉଛି ।

ସେ ଆହୁରି କହିଛନ୍ତି ଯେ ଆମଠୁ କିଛି ଲୋକ ଆଶା କରୁଛନ୍ତି ଆମେ ଖାଦ୍ୟ ଗ୍ରହଣ, ପରିଧାନ, ଭାଷା ଓ ଅଭିବ୍ୟକ୍ତିର ସ୍ବାଧୀନତା ମାମଲାରେ ସେମାନଙ୍କ କଥାକୁ ଶୁଣିବା ଓ ସ୍ବୀକାର କରିବାକୁ ବାଧ୍ୟ କରାଯାଉଛି । କେବେ ମଧ୍ୟ କେହି ଏହା ଚିନ୍ତା କରି ନଥିଲେ ଆମକୁ ଏପରି ପରିସ୍ଥିତିରେ ଏକାଠି ହେବାକୁ ପଡିବ । ବର୍ତ୍ତମାନ ମୋଦି ସରକାରଙ୍କ ଏହି କଥାକୁ ସ୍ବୀକାର କରିପାରିବୁ ନାହିଁ । ଏହା ବିରୋଧରେ ଆମେ ସ୍ବର ଉଠାଇବୁ ବୋଲି ସୋନିଆ ଗାନ୍ଧୀ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.