ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପ୍ରାର୍ଥନା ସଭାରେ ଯୋଗଦେଲେ ସୋନିଆ ଗାନ୍ଧୀ । ଜୁଲାଇ 20 ତାରିଖରେ ଶିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କର ପ୍ରାର୍ଥନା ସଭା ଆୟୋଜିତ ହୋଇଛି ।
କଂଗ୍ରସର ପୂର୍ବତନ ଅଧକ୍ଷା ସୋନିଆ ଗାନ୍ଧୀ ଏହି ସଭାରେ ଯୋଗଦେଇ ଶିଲାଙ୍କ ସ୍ମୃତିଚାରଣ କରିଛନ୍ତି । ସେ କହିଛନ୍ତି ଶିଲା ଦୀକ୍ଷିତ ମୋର ପ୍ରିୟ ମଣିଷ, ଯିଏ ସବୁ ସମୟରେ ମୋ ସହିତ ରହିଆସିଛନ୍ତି । ଜଣେ ବଡ଼ ଭଉଣୀ ଭାବେ ସବୁସମୟରେ ମୋତେ ମାର୍ଗଦର୍ଶନ କରିଆସିଛନ୍ତି । ତାଙ୍କ ମୃତ୍ୟୁ ଖବର ସର୍ବାଧିକ ବ୍ଯଥିତ କରିଥିଲା ବୋଲି ସୋନିଆ କହିଛନ୍ତି ।