ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସୋନଭଦ୍ର ଜିଲ୍ଲାର ନରସଂହାରରେ ମୃତକଙ୍କ ପରିବାରକୁ 18.5 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା । ଏହା ସହ ଆହତଙ୍କୁ 2.5 ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିବା ସହ ଦାୟୀ ଥିବା ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।
ସୂଚନା ଅନୁସାରେ, ସୋନଭଦ୍ର ଜିଲ୍ଲାରେ ଜୁଲାଇ ୧୭ରେ ଜମି ବିବାଦକୁ ନେଇ ୧୦ ଜଣଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା । ଏହି ସଂଘର୍ଷରେ ୨୫ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଯାହାକୁ ନେଇ ରାଜନୀତି ଜୋର ଧରିଛି ।