ETV Bharat / bharat

ଫେସବୁକ ଲାଇଭରେ ଶୋକସଭା, ଯୋଗଦେଲେ 3500 ୟୁଜର

ଦୈନନ୍ଦିନ ଜୀବନର ଚିତ୍ର ବଦଳାଇଦେଇଛି ଲକଡାଉନ । ସଂକ୍ରମଣ ନବ୍ୟାପିବାକୁ ସାମାଜିକ ଦୂରତା ବଜାୟ ରଖାଯାଉଛି । ଏନେଇ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଲୋକେ ଅନ୍ତିମ ସତ୍କାର କି ଶୋକସଭାରେ ଯୋଗ ଦେଇ ପାରୁ ନାହାନ୍ତି । ଏତିକି ଫେସବୁକରେ ଶୋକ ସଭା କରିଛନ୍ତି ଏକ ପରିବାର । ଯେଉଁଠି ଯୋଗ ଦେଇଛନ୍ତି ପ୍ରାୟ 3500 ରୁ ଅଧିକ ଲୋକ । ସମ୍ପୂର୍ଣ୍ଣ ପଢନ୍ତୁ...

ଫେସବୁକ ଲାଇଭରେ ଶୋକସଭା, ଯୋଗଦେଲେ 3500 ୟୁଜର
ଫେସବୁକ ଲାଇଭରେ ଶୋକସଭା, ଯୋଗଦେଲେ 3500 ୟୁଜର
author img

By

Published : Apr 11, 2020, 12:45 PM IST

ଭୋପାଳ: ସମସ୍ତଙ୍କ ଗୋଡ ବାନ୍ଧି ଦେଇଛି ଲକଡାଉନ । ଘର ଭିତରେ ସମସ୍ତେ ବନ୍ଦୀ । ସଟଡାଉନର ଆଜି 18 ଦିନ । କୌଣସି ଧାର୍ମିକ ସଭା ବା ଶୋକସଭା କରିବା ପାଇଁ ସରକାରଙ୍କ ତରଫରୁ ମନା କରାଯାଇଛି । ତେବେ ଏତିକି ବେଳେ ଶୁକ୍ରବାର ଗ୍ବାଲିୟରରେ ଜଣେ ବ୍ୟକ୍ତିଙ୍କ ଶୋକସଭାରେ ଯୋଗ ଦେଇଛନ୍ତି ପ୍ରାୟ 3500ରୁ ଅଧିକ ଲୋକ । ଆଉ ଏସବୁ ସମ୍ଭବ ହୋଇପାରିଛି କେବଳ ସୋସିଆଲ ମିଡିଆ ପାଇଁ ।

ସୂଚନାନୁଯାୟୀ, ଗ୍ୱାଲିୟରର ଯମୁନା ନଗରରେ ବିବିଏମ କଲେଜର ଜଣେ ସଞ୍ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଫେସବୁକ ଜରିଆରେ ଶୋକସଭାର ଲାଇଭ କରିଥିଲେ । ଯେଉଁଥିରେ ପାଖାପାଖି 3500ରୁ ଅଧିକ ଲୋକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତେବେ ଏହାକୁ ନେଇ ତିନି ଚାରି ଭଉଣୀ କହିଥିଲେ ଯେ ବାପାଙ୍କ ମୃତ୍ୟୁ ପରେ ଆମକୁ ଅନେକ ଫୋନ ଆସିଥିଲା । ହ୍ବାସ୍ପଆପ ଜରିଆରେ ସମସ୍ତେ ଆମକୁ ସମ୍ବେଦନ ଜଣାଉଥିଲେ । ଏହାପରେ ଆମେ ଏହା ବିଚାର କରିଥିଲୁ ଯେ ଶୋକସଭା ଆୟୋଜନ କରି ଆମେ ଘରେ ଗହଳି କରିବୁ ନାହିଁ କି ରୋଗକୁ ବ୍ୟାପିବାକୁ ଦେବୁ ନାହିଁ । ସେଥିପାଇଁ ଫେସବୁକ ଲାଇଭ ଜରିଆରେ ଶୋକସଭା କରିଥିଲୁ ଏବଂ ଅନେକ ଲୋକ ବାପାଙ୍କ ଫଟୋ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.