ETV Bharat / bharat

ହସ୍ପିଟାଲରେ ବୃଦ୍ଧା ମା'କୁ ଛାଡି ପୁଅ ଫେରାର - ମାଆକୁ ଛାଡି ପୁଅ ଫେରାର

ପିଲାଟି ଦିନରୁ ପାଳି ପୋଷି ବଡ କରିଥିବା ମା' ହେଲା ଅଲୋଡା । ଅସୁସ୍ଥ ତଥା ଅସହାୟ ବୃଦ୍ଧା ମା'କୁ ଛାଡି ପୁଅ ଫେରାର । ଅଧିକ ପଢନ୍ତୁ...

Son leaves old mother in hospital in sahibganj
ହସ୍ପିଟାଲରେ ବୃଦ୍ଧା ମା'କୁ ଛାଡି ପୁଅ ଫେରାର
author img

By

Published : Dec 4, 2020, 4:06 PM IST

ରାଞ୍ଚି: ପିଲାଟି ଦିନରୁ ପାଳି ପୋଷି ବଡ କରିଥିବା 80 ବର୍ଷୀୟ ବୃଦ୍ଧା ମା' ଆଜି ଅସହାୟ । ପରିଣତ ବୟସରେ ପୁଅର ସାହାରା ଲୋଡୁଥିବା ବେଳେ ପୁଅ ନିଜ ମା'କୁ ହସ୍ପିଟାଲରେ ଛାଡି ଫେରାର ହୋଇଯାଇଥିବା ବେଳେ ମା'ର ମୃତ୍ୟୁକୁ ଅପେକ୍ଷା କରିଛି । ତେବେ ଏଭଳି ହୃଦୟ ବିଦାରକ ଘଟଣା ଝାଡଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଦେଖିବାକୁ ମିଳିଛି ।

ହସ୍ପିଟାଲରେ ବୃଦ୍ଧା ମା'କୁ ଛାଡି ପୁଅ ଫେରାର

ମିଳିଥିବା ସୂଚନା ଅନୁସାରେ, ବୃଦ୍ଧାଙ୍କ ଘର ରାଜ୍ୟର ଜିରୱାବଡି ଥାନା ଅନ୍ତର୍ଗତ ଚାନନ ଗ୍ରାମରେ । ବୃଦ୍ଧାଙ୍କର ଝିଅ, ପୁଅ ଓ ନାତି ନାତୁଣୀଙ୍କର ସଂସାର ଥିବା ବେଳେ ପରିଣତ ବୟସରେ ସେ ଅସହାୟ ଅବସ୍ଥାରେ ହସ୍ପିଟାଲରେ ପଡି ରହିଛନ୍ତି । ବୃଦ୍ଧାଙ୍କ ପଡୋଶୀମାନେ ହସ୍ପିଟାଲକୁ ଆସି ତାଙ୍କ ସଂପର୍କରେ ପୁଅକୁ ଖବର ଦେବା ସହିତ ତାଙ୍କୁ ଘରକୁ ଆଣିବାକୁ ପରାମର୍ଶ ଦେଉଛନ୍ତି ।

କିନ୍ତୁ ପୁଅ ବୃଦ୍ଧା ମା'କୁ ଘରକୁ ଆଣିବା ପାଇଁ ମନା କରିବା ସହିତ ଯିଏ ଆଣିବ ସେ ତାଙ୍କ ଘରେ ବୃଦ୍ଧାଙ୍କୁ ରଖିବ ବୋଲି କହିଥିବା ପଡୋଶୀମାନେ କହିଛନ୍ତି । ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ ଯୁବକ ଜଣକ ମା'କୁ ଘରକୁ ଆଣିବେ ବୋଲି କହିଛନ୍ତି । ତେବେ ବୃଦ୍ଧା ଗତ 2 ମାସ ଧରି ହସ୍ପିଟାଲରେ ପଡି ରହିଥିବା ଜଣେ ସ୍ବାସ୍ଥ୍ୟକର୍ମୀ ସୂଚନା ଦେଇଛନ୍ତି । ବୃଦ୍ଧା ଜଣକ କଥା କହିପାରୁନଥିବା ବେଳେ ଡାକ୍ତରଖାନାରେ ନିଜ ପୁଅକୁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.