ETV Bharat / bharat

ଆସିଲେନି ସମ୍ପର୍କୀୟ, ଟଲିରେ ବାପାଙ୍କ ମୃତଦେହକୁ ବୋହିଲା ପୁଅ - ଅନ୍ତିମ ସଂସ୍କାର

ସମ୍ପର୍କୀୟଙ୍କ ଅନୁପସ୍ଥିରେ ଜଣେ ଅସହାୟ ପୁଅ ନିଜ ବାପାଙ୍କ ମୃତଦେହକୁ ଟଲିରେ ଅନ୍ତିମ ସଂସ୍କାର ପାଇଁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

corona
ଟଲିରେ ବାପାଙ୍କ ମୃତଦେହକୁ ବୋହିଲା ପୁଅ
author img

By

Published : Jul 18, 2020, 2:16 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏକ ଅମାନବୀୟ ଦୃଶ୍ୟ ସାମ୍ନାକୁ ଆସିଛି । କୋରୋନା ସଂକ୍ରମଣ ଡରରେ କିଛି ଲୋକ ଅନ୍ତିମ ସଂସ୍କାରରେ ସାମିଲ ହେଉନାହାନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ତେବେ ସମ୍ପର୍କୀୟଙ୍କ ଅନୁପସ୍ଥିରେ ଜଣେ ଅସହାୟ ପୁଅ ନିଜ ବାପାଙ୍କ ମୃତଦେହକୁ ଟଲିରେ ଅନ୍ତିମ ସଂସ୍କାର ପାଇଁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସଦାଶିବ ନାମକ ଜଣେ ବ୍ୟକ୍ତି କର୍ଣ୍ଣାଟକର ବେଲାଗଭି ଜିଲ୍ଲାର ଅଥାନୀ ଅଞ୍ଚଳର ବାସିନ୍ଦା ଥିଲେ । ସେ ଗତ ଏକ ମାସ ହେବ ଅସୁସ୍ଥ ଥିଲେ । ମାତ୍ର ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କୋରୋନା ଡରରେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ନିମନ୍ତେ କେହି ସମ୍ପର୍କୀୟ ଆସିନଥିଲେ । ଶେଷରେ ବାପାଙ୍କ ମୃତଦେହକୁ ଟଲିରେ ନେଇ ଅନ୍ତିମ ସଂସ୍କାର କରିବାକୁ ପୁଅ ନିଷ୍ପତ୍ତି ନେଇଥିଲେ ।

ଶେଷରେ ଟଲିରେ ମାଆ ଏବଂ ପୁଅ ମିଶି ସଦାଶିବଙ୍କ ମୃତଦେହକୁ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହି ଘଟଣା ଲୋକଙ୍କ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.